fbpx

କିଏ ଏହି UPSC ଟପ୍ପର ଆଦିତ୍ୟ ଶ୍ରୀବାସ୍ତବ? ଏହି ଆର୍ଟିକିଲରେ ଜାଣନ୍ତୁ ତାଙ୍କ ବିଷୟରେ..

ନୂଆଦିଲ୍ଲୀ: ସଂଘ ଲୋକ ସେବା ଆୟୋଗ(ୟୁପିଏସସି) ସିଭିଲ ସେବା ପରୀକ୍ଷା ୨୦୨୩ର ଫଳାପଳ ଘୋଷଣା କରିଛି । ଲକ୍ଷ୍ନୌର ନାମକୁ ଉଜ୍ୱଳ କରିଥିବା ଆଦିତ୍ୟ ଶ୍ରୀବାସ୍ତବ ଏହି ପରୀକ୍ଷାରେ ଟପ କରିଛନ୍ତି । ସେ ଅଲ ଇଣ୍ଡିଆ ରାଙ୍କରେ ୧ ନମ୍ବର ସ୍ଥାନ ଅଧିକାର କରିଛନ୍ତି । ଦ୍ୱିତୀୟ ସ୍ଥାନରେ ଓଡ଼ିଶାର ଅନିମେଶ ପ୍ରଧାନ ଏବଂ ତୃତୀୟ ସ୍ଥାନରେ ଡୋନୂରୁ ଅନନ୍ୟା ରେଡ୍ଡୀ ଅଛନ୍ତି ।

ଆଦିତ୍ୟ ଶ୍ରୀବାସ୍ତବ ଉତ୍ତରପ୍ରଦେଶ ଲକ୍ଷ୍ନୌର ନିବାସୀ ଅଟନ୍ତି । ବର୍ତ୍ତମାନ ସେ ପଶ୍ଚିମବଙ୍ଗରେ ଅଣ୍ଡର ଟ୍ରେନିଙ୍ଗ ଆଇପିଏସ ଅଧିକାରୀ ପଦବୀରେ କାର୍ଯ୍ୟରତ ଅଟନ୍ତି । ତାଙ୍କ ବାପା ଅଜୟ ଶ୍ରୀବାସ୍ତବ ସେଣ୍ଟ୍ରାଲ ଅଡିଟ ଡିପାର୍ଟମେଣ୍ଟରେ ଏଏଓ ପଦବୀରେ କାର୍ଯ୍ୟ କରୁଛନ୍ତି ।

ଆଦିତ୍ୟଙ୍କ ଜଣେ ସାନ ଭଉଣୀ ଅଛନ୍ତି, ଯିଏ ଜିଲ୍ଲାରେ ସିଭିଲ ପରୀକ୍ଷା ପାଇଁ ପସ୍ତୁତି କରୁଛନ୍ତି । ତାଙ୍କ ମାଆ ଆଭା ଶ୍ରୀବାସ୍ତବ ସାଧାରଣ ଘରୋଇ ମହିଳା ଅଟନ୍ତି । ଆଦିତ୍ୟଙ୍କ ପିଲାଦିନ ଲକ୍ଷ୍ନୌର ମବୈୟା ଅଞ୍ଚଳରେ ବିତିଥିଲା ଏବଂ ପାଠପଢା ସିଏମଏସ ଅଲିଗଞ୍ଜରେ ହୋଇଥିଲା । ଦ୍ୱାଦଶ ପାସ କରିବା ପରେ ଆଦିତ୍ୟ ଆଇଆଇଟି କାନପୁରରେ ବିଟେକ କରିଥିଲେ ଏବଂ କିଛି ଦିନ ପାଇଁ ପ୍ରାଇଭେଟ କମ୍ପାନୀରେ ଚାକିରି କରିବା ପରେ ଆଇପିଏସ ଏବଂ ବର୍ତ୍ତମାନ ଆଇଏଏସ ପରୀକ୍ଷା ପାସ କରିଛନ୍ତି ।

Get real time updates directly on you device, subscribe now.