fbpx

ଜାଲ୍ ଆରୋଗ୍ୟ ସେତୁ ଆପ ନେଇ ସାବଧାନ ରୁହନ୍ତୁ , ନଚେତ ଚୋରି ହୋଇପାରେ ଡାଟା

ଭୁବନେଶ୍ୱର, ୬ା୫(ଓଡ଼ିଶା ଭାସ୍କର): ସୋସିଆଲ ମିଡ଼ିଆରେ ଘୁରି ବୁଲୁଛି ଆରୋଗ୍ୟ ସେତୁ ଆପ୍ ଲିଙ୍କ୍ । ଜାଲ୍ ଆରୋଗ୍ୟ ସେତୁ ଆପ୍ ନେଇ କମିସନରେଟ ପୋଲିସ ପକ୍ଷରୁ ସଚେତନତା କରାଯାଇଛି । ଆରୋଗ୍ୟ ସେତୁ ଆପ୍ ଡାଉନଲୋଡ଼ ପାଇଁ ମେସେଜ ଆସିଲେ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି । ଲିଙ୍କ ଉପରେ କ୍ଲିକ୍ କରି ଡାଉନଲୋଡ଼ ନ କରିବାକୁ କୁହାଯାଇଛିି । ଏହାସହ ମେସେଜରେ ଆସିଥିବା ଲିଙ୍କକୁ ତୁରନ୍ତ ଡିଲିଟ କରିଦିଅନ୍ତୁ । ଡାଟା ଚୋରି ପାଇଁ ଏହିପରି ଜାଲ ବିଛାଇଛନ୍ତି ସାଇବର ଅପରାଧୀ । ପାକିସ୍ତାନୀ ଗୋଷ୍ଠୀଙ୍କ ହାତ ଥିବା ନେଇ କମିସନରେଟ ପୋଲିସ ସୂଚନା ଦେଇଛି । ଗୁଗୁଲ ପ୍ଲେ ଷ୍ଟୋରରୁ ଆରୋଗ୍ୟ ସେତୁ ଆପ୍ ଡାଉନଲୋଡ଼ କରିବା ପାଇଁ ପରାମର୍ଶ ଦିଆଯାଇଛି ।

Get real time updates directly on you device, subscribe now.