fbpx
BJD SKY
BJD SKY

ଜ୍ଞାନ ଦାନ୍ତ ନଉଠିବା ବଳାତ୍କାର ପୀଡିତାଙ୍କ ବୟସ ଆକଳନ କରିବାର ଏକ ଉପଯୁକ୍ତ ପ୍ରମାଣ ନୁହେଁ – ବମ୍ବେ ହାଇକୋର୍ଟ

BJD

ନୂଆଦିଲ୍ଲୀ: ଯୌନ ଅପରାଧ ଆଇନ (POCSO ଆକ୍ଟ) ଅଧୀନରେ ଶିଶୁଙ୍କ ସୁରକ୍ଷା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ବ୍ୟକ୍ତିଙ୍କ ମାମଲାର ଶୁଣାଣି ବେଳେ ବମ୍ବେ ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। କୋର୍ଟ କହିଛନ୍ତି ଯେ ବଳାତ୍କାର ପୀଡିତାଙ୍କ ବୟସ ପ୍ରମାଣ କରିବା ପାଇଁ ଜ୍ଞାନ ଦାନ୍ତର ଅନୁପସ୍ଥିତି ଏକ ଉପଯୁକ୍ତ ପ୍ରମାଣ ନୁହେଁ। ଏହା ପରେ କୋର୍ଟ ଅଭିଯୁକ୍ତକୁ ନିର୍ଦ୍ଦୋଷରେ ଖଲାସ କରିଥିଲେ।

ଟ୍ରାଏଲ କୋର୍ଟର ବିଚାରପତି ଅନୁଜା ପ୍ରଭାସାଇ କହିଛନ୍ତି ଯେ ଆବେଦନକାରୀଙ୍କୁ ଦୋଷୀ ସାବ୍ୟସ୍ତ କରିବାବେଳେ ସ୍ୱତନ୍ତ୍ର ଅଦାଲତ ଦନ୍ତ ଚିକିତ୍ସକଙ୍କ ସାକ୍ଷ୍ୟ ଉପରେ ନିର୍ଭର କରି କହିଥିଲେ ଯେ ଝିଅଟିର ଏକ ଦାନ୍ତ ନ ଥିବାରୁ ସେ ନାବାଳକ ଥିଲେ।

ଏହି ମାମଲାର ଶୁଣାଣି ସମୟରେ ବିଆଚାରପତି କହିଛନ୍ତି ଯେ, “ଜ୍ଞାନ ଦାନ୍ତ ବ୍ୟତୀତ ସମସ୍ତ ସ୍ଥାୟୀ ଦାନ୍ତ ସାଧାରଣ ପୁଅ ଏବଂ ଝିଅଙ୍କର ଯୌବନାବସ୍ଥାରେ ପହଞ୍ଚିବା ପରେ ଉତ୍ପନ୍ନ ହୁଏ, କିନ୍ତୁ ୧୭ ରୁ ୨୫ ବର୍ଷ ବୟସ ମଧ୍ୟରେ ଜ୍ଞାନ ଦାନ୍ତ ଉତ୍ପନ୍ନ ହୁଏ। ଜ୍ଞାନ ଦାନ୍ତ ସମର୍ପକରେ ଅଧିକାଂଶ ମତ ଦିଅନ୍ତି ଯେ ବ୍ୟକ୍ତିର ବୟସ ୧୭ ବର୍ଷ କିମ୍ବା ତଦୁର୍ଦ୍ଧ ଅଟେ କିନ୍ତୁ ଜ୍ଞାନ ଦାନ୍ତ ଉଠିବା କିମ୍ବା ଅନୁପସ୍ଥିତି ନିଶ୍ଚିତ ଭାବରେ ପ୍ରମାଣ କରେ ନାହିଁ ଯେ ବ୍ୟକ୍ତିଙ୍କର ବୟସ ୧୮ ବର୍ଷରୁ କମ୍ ଅଟେ। ତେଣୁ, ଜ୍ଞାନ ଦାନ୍ତ ନଉଠିବା ବୟସ ଆକଳନ କରିବାରେ ମହତ୍ୱ ପୂର୍ଣ୍ଣ ବୋଲି ବିଚାରପତି କହିଛନ୍ତି।

Get real time updates directly on you device, subscribe now.