fbpx

ବସକୁ ଧକ୍କା ଦେଲା ବସ୍, ଜଣେ ମୃତ ଓ ୧୦ଆହତ

ପୁରୀ, ୩୦ା୧(ଓଡ଼ିଶା ଭାସ୍କର): ଦିନକୁ ଦିନ ଦୁର୍ଘଟଣା ବଢ଼ିବାରେ ଲାଗିଛି । ଏହାରି ମଧ୍ୟରେ ପୁରୀ ସ୍ଥିତ ମେରାଇନ ଡ୍ରାଇଭ ରାସ୍ତାରେ ଏକ ଅଭାବନୀୟ ଘଟଣା ଘଟିଛି । ଇକୋ ରିଟ୍ରିଟ ଛକରେ ଏକ ବସକୁ ଧକ୍କା ଦେଇଛି ବସ୍ । ସେହି ଦୁର୍ଘଟଣାରେ ବସ ଚଳାଉଥିବା ଡ୍ରାଇଭରଙ୍କର ମୃତ୍ୟୁ ହୋଇଛି । ପର୍ଯ୍ୟଟକ ବସକୁ ପଛପଟୁ ଧକ୍କା ଦେଇଥିଲା କୋଣାର୍କ ଯାତ୍ରୀବାହି ବସ୍ । ବସରେ ଥିବା ୧୦ଜଣ ଆହତ ହୋଇଥିବା ସୂଚନା ମିଳିଛି । ସେମାନଙ୍କୁ ମଧ୍ୟରୁ ୫ଜଣ ଗୁରୁତର ଆହତକଙ୍କୁ ଭୁବନେଶ୍ୱର ପଠାଯାଇଛି ।

Get real time updates directly on you device, subscribe now.