fbpx

ଯାତ୍ରୀବାହୀ ବସ୍ ଦୁର୍ଘଟଣାଗ୍ରସ୍ତ, ୨ମୃତ ଓ ୧୫ରୁ ଅଧିକ ଆହତ

ନବରଙ୍ଗପୁର,୧୫ା୨(ଓଡ଼ିଶା ଭାସ୍କର): ନବରଙ୍ଗପୁର ସ୍ଥିତ ପାପଡ଼ାହାଣ୍ଡି ନିକଟରେ ଏକ ଅଭାବନୀୟ ଘଟଣା ଘଟିଛି । ସେଠାରେ ଏକ ଯାତ୍ରୀବାହୀ ବସ୍ ଦୁର୍ଘଟଣା ଗ୍ରସ୍ତ ହୋଇଛି । ଜୟପୁରରୁ ଚନ୍ଦାହାଣ୍ଡି ଯାଉଥିବା ବେଳେ ବସଟି ଦୁର୍ଘଟଣାଗ୍ରସ୍ତ ହୋଇଛି ।ଏହି ଦୁର୍ଘଟଣାରେ ୨ଜଣଙ୍କର ମୃତ୍ୟୁ ହୋଇଛି । ବସ ତଳେ ୨ଜଣ ଚାପି ହୋଇ ରହିଥିବା ମଧ୍ୟ ସୂଚନା ମିଳିଛି । ଏହାସହ ୧୫ଜଣଙ୍କରୁ ଅଧିକ ଅବସ୍ଥା ଗୁରୁତର ହୋଇଯାଇ ଥିବାରୁ ସେମାନଙ୍କୁ ପାପଡ଼ାହାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସୂଚନାଯୋଗ୍ୟ ଯେ ବସ ସାମ୍ନାକୁ ଏକ ଗାଈ ଚାଲି ଆସିଥିବାରୁ ବସଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିବା ଜଣାପଡ଼ିଛି । ଏନେଇ ଘଟଣା ସ୍ଥଳରେ ଓଡ୍ରାଫ ଟିମ୍, ଅଗ୍ନିଶମ ବାହିନୀ ଦ୍ୱାରା ଉଦ୍ଧାର କାର୍ଯ୍ୟ ଜାରି କରିଛି ।

Get real time updates directly on you device, subscribe now.