fbpx

ବରଯାତ୍ରୀ ଗାଡ଼ି ଦୁର୍ଘଟଣା; ୪ ମୃତ

କେସିଙ୍ଗା(ଓଡ଼ିଶା ଭାସ୍କର): କେସିଙ୍ଗାଠାରେ ଏକ ବରଯାତ୍ରୀ ଗାଡ଼ିକୁ ଟ୍ରକ୍ ପିଟିବା ଫଳରେ ବଡ଼ ଧରଣର ସଡ଼କ ଦୁର୍ଘଟଣା ଘଟିଯାଇଛି । ଯାହାଫଳରେ ଘଟଣାସ୍ଥଳରେ ୪ ଜଣଙ୍କର ମୃତ୍ୟୁ ହୋଇଯାଇଛି । କେସିଙ୍ଗା ଥାନା ତୁର୍ଲାଖମନ ଛକରେ ଏହି ଦୁର୍ଘଟଣା ଘଟିଥିବା ସୂଚନା ରହିଛି । ବରଯାତ୍ରୀଙ୍କୁ ନେଇ ଆସୁଥିବା ବୋଲେରୋ ଏକ ଧାନ ବୋଝେଇ ଟ୍ରକ୍ କୁ ପିଟିବା ଯୋଗୁଁ ଏହି ଦୁର୍ଘଟଣା ଘଟିଛି । ୪ ଜଣଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଥିବା ବେଳେ ୭ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ ମୃତକଙ୍କ ମଧ୍ୟରେ ତିନି ଜଣ ମହିଳା ଥିବା ବେଳେ ଜଣେ ପୁରୁଷ ରହିଥିବା ସୂଚନା ମିଳିଛି । ବରଯାତ୍ରୀକୁ ଯାଇ ଫେରୁଥିବା ବେଳେ ଏହି ଅଘଟଣ ଘଟିଥିଲା ।

Get real time updates directly on you device, subscribe now.