fbpx

ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କ ଜାଗର ପ୍ରସ୍ତୁତି: ମହାଶିବରାତ୍ରୀରେ ଭଜନ ଗାଇବେ କବିତା କ୍ରୀଷ୍ଣାମୂର୍ତ୍ତି ଓ ଅନୁରାଧା ପଡ଼ୌୱାଲ

ଭୁବନେଶ୍ୱର (ଭାସ୍କର ନ୍ୟୁଜ୍‌): ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କ ମହାଶିବରାତ୍ରୀରେ ଭାରତର ପ୍ରସିଦ୍ଧ କଣ୍ଠଶିଳ୍ପୀ କବିତା କ୍ରୀଷ୍ଣାମୂର୍ତି ଓ ଅନୁରାଧା ପଡ଼ୌୱାଲ ଭଜନ ପରିବେଷଣ କରିବେ । ଏଥି ସହ ସଂଗୀତ ନିର୍ଦ୍ଦେଶକ ମନ୍ମଥ ମିଶ୍ରଙ୍କ ନେତୃତ୍ୱରେ ୩୦ଜଣ ଓଡ଼ିଶାର ସୁନାମଧନ୍ୟ କଳାକାର ଯୋଗଦେବେ ବୋଲି ଏକାମ୍ର ସାସ୍କୃତିକ ପ୍ରକାଶନୀ ପକ୍ଷରୁ ନିଷ୍ପତ୍ତି ଗ୍ରହଣ କରାଯାଇଛି । ମହାଶିବରାତ୍ରୀ ପାଇଁ ଏକାମ୍ର କ୍ଷେତ୍ରରେ ହେବାକୁ ଥିବା ଜାତୀୟସ୍ତରୀୟ ଭଜନ କାର୍ଯ୍ୟକ୍ରମର ପ୍ରସ୍ତୁତି ବୈଠକରେ ଅନୁଷ୍ଠାନର ସଭାପତି ତଥା ବିଧାୟକ ସୁରେଶ କୁମାର ରାଉତରାୟ ଅଧ୍ୟକ୍ଷତା କରିଥିଲେ । ଏଥିରେ ବରିଷ୍ଠ ଆଇନଜୀବୀ ଶିବାନନ୍ଦ ରାୟ, ନାରୀନେତ୍ରୀ ରଶ୍ମୀ ମହାପାତ୍ର, ଅନୁଷ୍ଠାନର ସମ୍ପାଦକ ସନତ ମିଶ୍ର ଓ ବହୁ ସଭ୍ୟ ସାମିଲ ହୋଇଥିଲେ

Get real time updates directly on you device, subscribe now.