fbpx

ଏପ୍ରିଲ୍ ରେ ପୌର ଭୋଟ୍! ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ

ଦୃଷ୍ଟିହୀନ ଭୋଟରଙ୍କ ପାଇଁ ବ୍ରେଲି ବାଲଟ୍ ପେପର୍ ର ହେବ ବ୍ୟବସ୍ଥା ।

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଖୁବ୍ ଶୀଘ୍ର ଘୋଷଣା ହେବାକୁ ଯାଉଛି ପୌର ନିର୍ବାଚନ ତାରିଖ । ଏଥିପାଇଁ ରାଜ୍ୟ ନିର୍ବାଚନ କମିସନଙ୍କ ପକ୍ଷରୁ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପରେ ପରେ ହିଁ ପୌର ନିର୍ବାଚନ ନେଇ ତାରିଖ ଘୋଷଣା ହେବ ବୋଲି ଆଶଙ୍କା ପ୍ରକାଶ ପାଇଛି । ପଞ୍ଚାୟତ ନିର୍ବାଚନ ଭୋଟ ଗଣତି ଶେଷ ହେବା ପରେ ନିର୍ବାଚନ କମିସନ ସର୍ବଦଳୀୟ ବୈଠକ ଡାକିବେ । ଏହାପରେ ଜିଲ୍ଳାପାଳ, ଏସପି, ମହାନଗର ନିଗମ କମିସନର୍, କମିସନରେଟ୍ ପୋଲିସ୍ ର ବରିଷ୍ଠ ଅଧିକାରୀଙ୍କ ବୈଠକ ଡାକି ନିର୍ବାଚନ ପ୍ରସ୍ତୁତି ସମୀକ୍ଷା କରାଯିବ ଏବଂ ମାର୍ଚ୍ଚ ଦ୍ୱିତୀୟ ସପ୍ତାହ ସୁଦ୍ଧା ପୌର ନିର୍ବାଚନ ତାରିଖ ଘୋଷଣା କରାଯିବ ।

ତେବେ ଏପ୍ରିଲ ଦ୍ୱିତୀୟ କିମ୍ବା ତୃତୀୟ ସପ୍ତାହରେ ଭୋଟ ହେବ ବୋଲି ଜଣାପଡ଼ିଛି । ଏକ ପ୍ରେସ୍ ବିଜ୍ଞପ୍ତି ମାଧ୍ୟମରେ ରାଜ୍ୟ ନିର୍ବାଚନ କମିସନ ପକ୍ଷରୁ କୁହାଯାଇଛି ଯେ, ରାଜ୍ୟର ୧୦୭ଟି ପୌର ସଂସ୍ଥା ଓ ୩ଟି ମହାନଗର ନିଗମର ମୋଟ ୪୫୮ଟି ବୁଥ୍ ରେ ଇଭିଏମ୍ ମାଧ୍ୟମରେ ଭୋଟ ଗ୍ରହଣ କରାଯିବ । ତେବେ ପ୍ରଥମ ଥର ପାଇଁ ପୌର ନିର୍ବାଚନରେ ବ୍ୟବହାର କରାଯିବ ନୋଟା । ବାଲାଟ୍ ପେପର୍ ସବା ଶେଷରେ ନୋଟା ରହିବ । ଭୋଟର୍ ଙ୍କ ମନପସନ୍ଦର ପ୍ରାର୍ଥୀ ନଥିଲେ ଭୋଟର ମାନେ ନୋଟା ବ୍ୟବହାର କରିପାରିବେ ।

ଅନ୍ୟପଟେ ପୌର ନିର୍ବାଚନ ପାଇଁ ପ୍ରତ୍ୟେକ ବୁଥ୍ ରେ ଦୁଇଟି ଲେଖାଏଁ ଇଭିଏମ୍ ରହିବ । ଏହାସହିତ କର୍ପୋରେଟ୍/କାଉନ୍ସିଲର୍ ନିର୍ବାଚନ ପାଇଁ ଏବଂ ଅନ୍ୟଟି ଅଧ୍ୟକ୍ଷ/ମେୟର୍ ନିର୍ବାଚନ ପାଇଁ ବ୍ୟବହୃତ ହେବ । କର୍ପୋରେଟ୍/କାଉନ୍ସିଲର୍ ପ୍ରାର୍ଥୀଙ୍କ ପାଇଁ ଗୋଲାପୀ ରଙ୍ଗର ବାଲାଟ୍ ପେପର୍ ଓ ଅଧ୍ୟକ୍ଷଙ୍କ ପାଇଁ ହଳଦିଆ ରଙ୍ଗର ବାଲାଟ୍ ପେପର୍ ବ୍ୟବହାର ହେବ । ସେହିପରି ପୌର ନିର୍ବାଚନରେ ଦୃଷ୍ଟିହୀନ ଭୋଟର୍ ଙ୍କ ପାଇଁ ବ୍ରେଲି ବାଲାଟ୍ ପେପର୍ ବ୍ୟବସ୍ଥା କରାଯାଇଛି ।

Get real time updates directly on you device, subscribe now.