fbpx

ପୋଲିଂ ପାର୍ଟି ଗାଡ଼ି ଦୁର୍ଘଟଣା, ୩ ଗୁରୁତରଙ୍କୁ କୋରାପୁଟ ସ୍ଥାନାନ୍ତର

କୋରାପୁଟ ଜିଲା ଲକ୍ଷ୍ମୀପୁର ବ୍ଲକରେ ଭୋଟ ସାରି ଫେରୁଥିବା ବେଳେ ଏକ କମାଣ୍ଡର ଜିପ ଓଲଟି ପଡିବାରୁ ୩ ଜଣ ଗୁରୁତର ଆହତ ହୋଇଛନ୍ତି। ବ୍ଲକର ପିପଳପଦର ପଞ୍ଚାୟତର କେସକାପାଡି ଠାରେ ଥିବା ୨ ନମ୍ବର ବୁଥ୍ ରେ ନିର୍ବାଚନ ସାରି ସମ୍ପୃକ୍ତ ପୋଲିଂ ପାର୍ଟି ଲକ୍ଷ୍ମୀପୁର ଫେରୁଥିବା ବେଳେ କେସକାପାଡି ଘାଟିରେ କମାଣ୍ଡର ଟି ଓଲଟି ପଡିଥିଲା। ଏଥିରେ ଥିବା ପୁଷ୍ପ ରାଜ ଶବର ସେକେଣ୍ଡ ପୁଲିଂ ଅଫିସର, ଏ. କିଶୋର କୁମାର କନଷ୍ଟେବଳ ଓ ସେଣ୍ଡା ହିମିରିକା କମାଣ୍ଡର ଜିପ ଡ୍ରାଇଭର ଆହତ ହୋଇଥିଲେ ।

ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ପ୍ରଥମେ ନିକଟସ୍ଥ ପ୍ରାଥମିକ ଚିକିତ୍ସାଳୟ କୁ ନିଆଯାଇଥିଲା । ପରେ ଲକ୍ଷ୍ମୀପୁର ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରକୁ ଅଣାଯାଇ ଥିଲା, ଏଠାରୁ କୋରାପୁଟ ଏସଏଲଏନ ମେଡିକାଲ କଲେଜ କୁ ସ୍ଥାନାନ୍ତରିତ କରାଯାଇଛି ।

Get real time updates directly on you device, subscribe now.