fbpx

ମୁମ୍ବାଇ-ଆଗ୍ରା ହାଇୱେରେ ଭୀଷଣ ସଡ଼କ ଦୁର୍ଘଟଣା, ୩ ମୃତ; ଏକାସାଙ୍ଗରେ ଧକ୍କା ହେଲା ୭-୮ ଗାଡ଼ି

ମୁମ୍ବାଇ: ମୁମ୍ବାଇ-ଆଗ୍ରା ଜାତୀୟ ରାଜପଥରେ ୭ରୁ ୮ ଟି ଗାଡ଼ି ଏକାସାଙ୍ଗରେ ଧକ୍କା ହେବା ଫଳରେ ଭୀଷଣ ସଡ଼କ ଦୁର୍ଘଟଣା ଘଟିଛି । ଏହା ଫଳରେ ୩ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇ ଯାଇଛି । ତେବେ ଏହି ଦୁର୍ଘଟଣାଗ୍ରସ୍ତ ଗାଡ଼ି ଗୁଡ଼ିକ ଭିତରେ ଅନେକ ଲୋକ ଫଶି ରହିଛନ୍ତି । ସେମାନଙ୍କୁ ବାହାର କରିବାକୁ ପ୍ରଶାସନ ଏବେ ଉଦ୍ୟମ ଜାରି ରଖିଛି । ୭ରୁ ୮ ଟି ଗାଡ଼ି ଏକାସାଙ୍ଗରେ ଧକ୍କା ହୋଇଥିବାରୁ ଗାଡ଼ି ଭିତରେ ରହିଯାଇଥିବା ଲୋକମାନଙ୍କ ଅବସ୍ଥା ଗୁରୁତର ହୋଇପଡ଼ିଥିବା ଜଣାପଡ଼ିଛି । ତେବେ ୩ ଜଣଙ୍କର ଏଥିରେ ମୃତ୍ୟୁ ହୋଇଯାଇଥିବା ବେଳେ ଶୁଣିବାକୁ ମିଳୁଛି ଯେ, ଆଉ ଜଣଙ୍କର ମଧ୍ୟ ପ୍ରାଣ ଚାଲି ଯାଇଛି । ତେଣୁ ମୋଟି ୪ ଜଣ ମୃତ୍ୟୁବରଣ କରିଥିବା ବିଭିନ୍ନ ସୁତ୍ରରୁ ଖବର ପ୍ରକାଶ ପାଇଛି ।

ତେବେ ଏହି ବଡ଼ ଧରଣର ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ଆଗକୁ ଆହୁରି ବଢ଼ିବ ବୋଲି ଆଶଙ୍କା କରାଯାଉଛି । ଏହି ଘଟଣା ମଧ୍ୟପ୍ରଦେଶରୁ ଧୁଲେ ଯାଉଥିବା ରାସ୍ତାରେ ଘଟିଛି । ଘଟଣାରେ ଗାଡ଼ି ଗୁଡ଼ିକର ନମ୍ବର ପ୍ଲେଟ୍ ଭାଙ୍ଗି ନଷ୍ଟ ହୋଇଯାଇଛି । ତେବେ ମୋଟ ଉପରେ ଗାଡ଼ି ଗୁଡ଼ିକରେ କେତେ ଲୋକ ଫଶି ରହିଛନ୍ତି ତାହା ଜଣାପଡ଼ି ନାହିଁ । ତେବେ ଏହି ସଡ଼କ ଦୁର୍ଘଟଣା ବୁଧବାର ରାତି ୮ଟା ରୁ ୮ଟା ୩୦ ମିନିଟ୍ ସମୟ ମଧ୍ୟରେ ହୋଇଛି । ଏଥିରେ ଗୋଟିଏ ଟ୍ରକ୍ ଓ ୪ ଚକିଆ ଯାନ ସାମିଲ ରହିଛି । ତେବେ ଘଟଣା ଘଟିବା ପରେ ସ୍ଥାନୀୟ ଲୋକମାନେ ପୋଲିସ୍ ଓ ଆମ୍ବୁଲାନ୍ସ କୁ ଜଣାଇଥିଲେ ଏବଂ ଉଦ୍ଧାର କାର୍ଯ୍ୟରେ ସାମିଲ ମଧ୍ୟ ହୋଇଥିଲେ ।

Get real time updates directly on you device, subscribe now.