fbpx

ଏୟାର ଇଣ୍ଡିଆର ମାଗଣା ବିମାନ ଯାତ୍ରା ସୁବିଧା ବନ୍ଦ, ମନ୍ତ୍ରୀ-ଅଫିସରଙ୍କୁ ଉଧାରରେ ମିଳିବ ନାହିଁ ଟିକେଟ୍

ନୂଆଦିଲ୍ଲୀ: ଦେଶର ସବୁଠାରୁ ବଡ଼ ଏୟାରଲାଇନ୍ସ ଏୟାର ଇଣ୍ଡିଆ ପକ୍ଷରୁ ଉଧାରରେ ଟିକେଟ୍ ଦେବା ସୁବିଧାକୁ ବନ୍ଦ କରିଦେଇଛି । ଏହି ପରିପ୍ରେକ୍ଷୀରେ ଅର୍ଥ ମନ୍ତ୍ରାଳୟ ସମସ୍ତ ମନ୍ତ୍ରାଳୟ ଓ ବିଭାଗଗୁ ସୁଚାଇଛି ଯେ, ସେମାନେ ବର୍ତ୍ତମାନ ଠାରୁ ଏୟାର ଇଣ୍ଡିଆ ବିମାନ ଟିକେଟ୍ କ୍ୟାସ୍ ଦେଇ କିଣିବେ । ଏହା ସହିତ ବକେୟା ଟଙ୍କା ଖୁବ୍ ଶୀଘ୍ର ପଇଠ କରନ୍ତୁ ବୋଲି ଆଦେଶ ଜାରି କରିଛନ୍ତି ।

ଅର୍ଥ ମନ୍ତ୍ରାଳୟ ପକ୍ଷରୁ ଏହି ଆଦେଶକୁ ଏୟାର ଇଣ୍ଡିଆ ଯାତ୍ରା କରୁଥିବା ସେହି ଅଫିସର୍ ମାନଙ୍କୁ ବି କହିଛନ୍ତି, ଯେଉଁ ମାନଙ୍କ ଯାତ୍ରାର ଖର୍ଚ୍ଚ ଭାରତ ସରକାର ଉଠାଉଛନ୍ତି । ଏବେ ସେମାନେ ଯାତ୍ରାର ବକେୟା ଟଙ୍କା ପଇଠ କରିବେ । ସୂଚନା ଥାଉ ଯେେ, ଏୟାର ଇଣ୍ଡିଆ ପକ୍ଷରୁ ୨୦୦୯ ମସିହାରେ ଏହି ସୁବିଧା ଆରମ୍ଭ କରିଥିଲେ । ଯେଉଁଥିରେ ଘରୋଇ ଓ ଅନ୍ତରାଷ୍ଟୀୟ ଉଡାଣ ମାମଲାରେ ଭାରତ ସରକାରଙ୍କ ମନ୍ତ୍ରାଳୟ ଓ ବିଭାଗର ଅଧିକାରୀ ମାନଙ୍କ ଯାତ୍ରା ଖର୍ଚ୍ଚ ଭାରତ ସରକାର ଉଠାଇ ପାରିବେ । ହେଲେ ଏବେ ଟାଟା ସନ୍ସ ଏୟାର ଇଣ୍ଡିଆକୁ କିଣିଛନ୍ତି । ତେଣୁ ନିୟମରେ ଏବେ ପରିବର୍ତ୍ତନ ଅଣାଯାଇଛି ।

Get real time updates directly on you device, subscribe now.