fbpx

କୁହୁଡି ପାଇଁ ଘଟିଛି ଦୁର୍ଘଟଣା, ଖୁବଶୀଘ୍ର ହେବ ତଦନ୍ତ : ମନ୍ତ୍ରୀ ପଦ୍ମନାଭ

ଭୁବନେଶ୍ୱର,୨୯ ।୧(ଓଡିଶା ଭାସ୍କର): ଗଞ୍ଜାମ ତପ୍ତପାଣି ଘାଟିରେ ବସ୍ ଦୁର୍ଘଟଣା ଘଟି ୮ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩୦ରୁ ଉର୍ଦ୍ଧ ଗୁରୁତରଙ୍କୁ ଦିଗପହଣ୍ଡି ଓ ଏମକେସିଜି ମେଡିକାଲରେ ଭର୍ତ୍ତି କରାଯାଇଛି । ତପ୍ତପାଣି ଦୁର୍ଘଟଣା ନେଇ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା । ସେ କହିଛନ୍ତି ଯେ, ‘ଘଟଣାସ୍ଥଳରେ ଉଦ୍ଧାର କାମ ଜୋରଦାର ହେଉଛି । ବସକୁ ୩ ଖଣ୍ଡ କରି ଆହତଙ୍କୁ ଉଦ୍ଧାର କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଗ୍ୟାସ୍‌ କଟରରେ ବସ୍‌କୁ କାଟି ଲୋକଙ୍କୁ ବାହାର କରାଯାଉଛି। ଆହତଙ୍କୁ ତୁରନ୍ତ ଚିକିତ୍ସା ଯୋଗାଇଦେବାକୁ ନିର୍ଦେଶ ଦିଆଯାଇଛି । ତପ୍ତପାଣି ଘାଟିକୁ ବ୍ଲାକସ୍ପଟ ଭାବେ ଚିହ୍ନଟ କରାଯାଇଛି । କୁହୁଡି ପାଇଁ ଏଭଳି ଦୁର୍ଘଟଣା ଘଟିଛି । ଦୁର୍ଘଟଣା ନେଇ ତଦନ୍ତ ହେବ । ଏହି ଦୁର୍ଘଟଣାର ତଦନ୍ତ କରାଯିବ। ଆରଟିଓ ଏବଂ ଏମଭିଆଇ ଘଟଣାସ୍ଥଳରେ ପହଞ୍ଚି ଅନୁଧ୍ୟାନ କରୁଥିବା ମନ୍ତ୍ରୀ କହିଛନ୍ତି ।

Get real time updates directly on you device, subscribe now.