fbpx

ତପ୍ତପାଣିରେ ବସ୍ ଦୁର୍ଘଟଣା, ଚାଲିଗଲା ୮ ଜୀବନ

ଗଞ୍ଜାମ,୨୯ ।୧(ଓଡିଶା ଭାସ୍କର): ଗଞ୍ଜାମ ତପ୍ତପାଣି ଘାଟିରେ ବସ୍ ଦୁର୍ଘଟଣା ଘଟି ୮ ଜଣଙ୍କର ମୃତ୍ୟୁ ହୋଇଛି । ଘଟଣାସ୍ଥଳରେ ୫ ଓ ମେଡିକାଲରେ ୩ ଜଣଙ୍କର ମୃତ୍ୟୁ ଘଟିଛି । ୩୦ରୁ ଉର୍ଦ୍ଧ ଗୁରୁତରଙ୍କୁ ଉଦ୍ଧାର କରି ଦିଗପହଣ୍ଡି ଓ ଏମକେସିଜି ମେଡିକାଲରେ ଭର୍ତ୍ତି କରାଯାଇଛି । ଦମକଳ ବାହିନୀ ଦ୍ୱାରା ଏବେବି ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଘଞ୍ଚ ଜଙ୍ଗଲ ଓ ପାଣି ପାଇଁ ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି । ବସ୍ ତଳେ ଚାପି ହୋଇ କିଛି ଲୋକ ଜୀବିତ ଅବସ୍ଥାରେ ରହିଛନ୍ତି । ଗ୍ୟାସ କଟର ଯୋଗେ କଟାଯାଇ ଉଦ୍ଧାର କାର୍ଯ୍ୟ ଚାଲିଛି ।

ତେବେ ଯାତ୍ରୀବାହୀ ବସଟି ରାୟଗଡରୁ ବ୍ରହ୍ମପୁରକୁ ଆସୁଥିଲା । କୁହୁଡି ସହ ବସ୍ ବ୍ରେକ୍ ଫେଲ ଯୋଗୁଁ ବସଟି ଘାଟିକୁ ଖସିପଡିଥିଲା । ବିଳମ୍ବିତ ରାତି ପ୍ରାୟ ୩ଟା ସମୟରେ ୨୫ ଫୁଟ ତଳକୁ ବସଟି ଖସିପଡିଥିବା ଜଣାପଡିଛି ।

Get real time updates directly on you device, subscribe now.