fbpx

ସ୍ୱର୍ଗତ ସୁନନ୍ଦା ପଟ୍ଟନାୟକଙ୍କ ସ୍ମୃତି ପାଇଁ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା

ଭୁବନେଶ୍ୱର, ୨୮ା୧(ଓଡ଼ିଶା ଭାସ୍କର): ସ୍ୱର୍ଗତ ସୁନନ୍ଦା ପଟ୍ଟନାୟକଙ୍କ ସ୍ମୃତି ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ଘୋଷଣା କରିଛନ୍ତି । ସୁନନ୍ଦାଙ୍କ ସ୍ମୃତିରେ ପ୍ରତିବର୍ଷ ପ୍ରଦାନ କରାଯିବ ସୁନନ୍ଦା ସମ୍ମାନ । ଶାସ୍ତ୍ରୀୟ ସଂଗୀତ କ୍ଷେତ୍ରରେ ପ୍ରତିବର୍ଷ ଏହି ସମ୍ମାନ ପ୍ରଦାନ କରାଯିବ । ଗୁରୁ ମା ସୁନନ୍ଦା ପଟ୍ଟନାୟକ ଚେୟାର ପ୍ରତିଷ୍ଠା ନେଇ ମଧ୍ୟ ଘୋଷଣା କରାଯାଇଛି । ଉକ୍ରଳ ସଂସ୍କୃତି ବିଶ୍ୱବିଦ୍ୟାଳୟରେ ଚେୟାର ପ୍ରତିଷ୍ଠା କରାଯିବ । ଆସନ୍ତାକାଲି ସୁନନ୍ଦା ପଟ୍ଟନାୟକଙ୍କ ପାଇଁ ପାଳନ ହେବ ରାଜ୍ୟସ୍ତରୀୟ ଶୋକସଭା । ସୁନନ୍ଦାଙ୍କ ବାଦ୍ୟଯନ୍ତ୍ର ଓ ଅନ୍ୟାନ୍ୟ ଜିନିଷକୁ ସଂରକ୍ଷିତ ରଖାଯିବାକୁ ମଧ୍ୟ ଘୋଷଣା କରାଯାଇଛି । କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରରେ ପାଳନ ହେବ ଏହି ଜୟନ୍ତୀ ।

Get real time updates directly on you device, subscribe now.