fbpx

ନିଜ ବ୍ଲଡ୍‌ ଗ୍ରୁପ୍‌ ଅନୁସାରେ ଆପଣ କେଉଁ ଖାଦ୍ୟ ଖାଇଲେ ରହିବେ ସୁସ୍ଥ ? ଜାଣନ୍ତୁ

ଅନେକ ସମୟରେ ଖାଦ୍ୟପେୟର ପ୍ରଭାବ ସ୍ବାସ୍ଥ୍ୟ ଉପରେ ପଡ଼ିଥାଏ। ସୁସ୍ଥ ରହିବାକୁ ହେଲେ ଉପଯୁକ୍ତ ଖାଦ୍ୟସେବନ କରିବା ଜରୁରୀ। ତେବେ ଆଜିକାଲିର ବ୍ୟସ୍ତବହୁଳ ସମୟରେ ଲୋକମାନେ ଡାଏଟ୍‌ ପ୍ଲାନ୍‌ ଉପରେ ଧ୍ୟାନ ଦେଉଛନ୍ତି। ଏପରି କରିବା ଦ୍ୱାରା ଶରୀର ସୁସ୍ଥ ରହିଥାଏ।
ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ବ୍ଲଡ୍‌ ଗ୍ରୁପ୍‌ (ରକ୍ତର ବର୍ଗ) ଅନୁସାରେ ଖାଦ୍ୟ ଖାଇବା ଅଧିକ ଲାଭଦାୟକ। କାରଣ ଅନେକ ସମୟରେ ସୁସ୍ଥ ଖାଦ୍ୟ ଖାଇ ମଧ୍ୟ ଅନେକ ଦୁର୍ବଳ ଅନୁଭବ କରିଥା’ନ୍ତି। ରକ୍ତରେ ଥିବା ଆଣ୍ଟିଜିନରୁ କ’ଣ ଖାଇଲେ ସୁସ୍ଥ ରହିବେ ତାହା ଜଣାପଡିଥାଏ। ଏହା ସମସ୍ତଙ୍କ ଶରୀରରେ ଅଲଗା ଅଲଗା ଭାବରେ କାମ କରିଥାଏ।

ତେବେ ଜାଣନ୍ତୁ କେଉଁ ବ୍ଲଡ୍‌ ଗ୍ରୁପ୍‌ ପାଇଁ ଡାଏଟ ପ୍ଲାନ କ’ଣ ରହିଛି:

– ‘ଏ ’ ବ୍ଲଡ୍‌ ଗ୍ରୁପ୍‌ର ଲୋକ ପରିବା, ଫଳ ଖାଇବା ଉଚିତ। ଏମାନଙ୍କଠାରେ ରୋଗ ପ୍ରତିରୋଧକ ଶକ୍ତି କମ୍‌ଥିବାରୁ ଆମିଷଜାତୀୟ ଖାଦ୍ୟ ଖାଇବା ଉଚିତ ନୁହେଁ।

– ‘ବି’ ବ୍ଲଡ୍‌ ଗ୍ରୁପ୍‌ର ଲୋକ ପରିବା, ଅଣ୍ଡା, ମାଂସ, ଶୁଖିଲା ଫଳ ଖାଇବା ଉଚିତ। ଏହା ସହ ଗହମ, ଡାଲିଜାତୀୟ ଖାଦ୍ୟଠୁ ଦୂରେଇ ରହିବା ଉଚିତ।

– ‘ଏବି’ ବ୍ଲଡ୍‌ ଗ୍ରୁପ୍‌ ଲୋକ ପ୍ରୋଟିନ୍‌ଜାତୀୟ ଖାଦ୍ୟ ଖାଇବା ଉଚିତ। ମାଂସ, ପରିବା, କ୍ଷୀର ଆଦି ଖାଇବା ଉଚିତ।

– ‘ଓ’ ବ୍ଲଡ୍‌ ଗ୍ରୁପ୍‌ ଥିବା ଲୋକମାନେ ପେଟଜନିତ ସମସ୍ୟା ଥିଲେ ମଧ୍ୟ ପ୍ରୋଟିନ୍‌ ଖାଦ୍ୟ ଖାଇବା ଉଚିତ।

Get real time updates directly on you device, subscribe now.