fbpx

ସୌମ୍ୟଙ୍କ ମୃତ୍ୟୁ ଘଟଣାରେ କଣ କହିଲେ ରୋଷେୟା…

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଏସିଏଫ୍ ସୌମ୍ୟଙ୍କ ମୃତ୍ୟୁ ଘଟଣାରେ ରୋଷେୟା ଦେଇଥିବା ବୟାନ:

  • ଜୁଲାଇ ୧୨ ତାରିଖ ସୋମବାର ପ୍ରାୟ ରାତି ସାଢ଼େ ୮ଟାରେ ସୌମ୍ୟଙ୍କ ପତ୍ନୀ ବିଦ୍ୟାଭାରତୀ ରୋଷେଇ ଘରେ ରୋଷେଇ କରୁଥିଲେ ।
  •  ହଠାତ୍ ରୋଷେଇ ଘର ଆଗରେ ଠିଆ ହୋଇ ସୌମ୍ୟ କହିଲେ- ‘ଦେଖ ମୁଁ ଜଳୁଛି’
  • ସୌମ୍ୟ ଏକ ରାଉଣ୍ଡ ନେକ୍ ଟି-ସାର୍ଟ ପିନ୍ଧିଥିଲେ ଏବଂ ତାଙ୍କ ଟି-ସାର୍ଟ ଜଳୁଥିଲା ।
  • ବିଦ୍ୟାଭାରତୀ ଦୌଡ଼ି ଯାଇ ଟି-ସାର୍ଟ ଖୋଲିବା ପାଇଁ ଚେଷ୍ଟା କଲେ, କିନ୍ତୁ ଖୋଲି ପାରିଲେ ନାହିଁ ।
  • ବାଥରୁମକୁ ଦୌଡ଼ି ଯାଇ ପାଣି ଆଣିବା ପାଇଁ ଚେଷ୍ଟା କଲେ କିନ୍ତୁ ଝୁଣ୍ଟି ପଡ଼ିଗଲେ ଏବଂ ବାହାରକୁ ଯାଇ ଜୋରରେ ଚିତ୍କାର କଲେ ।
  • ଚିତ୍କାର ଶୁଣି ରୋଷେୟା ଦୌଡ଼ି ଆସିଲେ ଏବଂ ବାଥରୁମକୁ ଯାଇ ପାଣି ଆଣି ଢାଳିଲେ ।
  • ଏହାପରେ ଡିଏଫଓଙ୍କ ଗାଡ଼ିରେ ତାଙ୍କୁ ପାରଳାଖେମୁଣ୍ଡି ସ୍ୱାସ୍ଥ୍ୟକେନ୍ଦ୍ର ନିଆଗଲା ।
  • ଏହା ପରେ ତାଙ୍କୁ କଟକ ଅଶ୍ୱିନୀ ଡାକ୍ତରଖାନାକୁ ନିଆଯାଇଥିଲା ।
  • ୧୩ ତାରିଖ ସକାଳ ୯ଟାରେ ଆଖି ବୁଜିଦେଲେ ସୌମ୍ୟରଞ୍ଜନ ।

ତେବେ ଏହି ଘଟଣାରେ ଡିଏଫଓଙ୍କ କୌଣସି ଲିଙ୍କ୍ ନଥିବା ଗଜପତି ଏସପି ତପନ ପଟ୍ଟନାୟକ କ୍ଲିନଚିଟ୍ ଦେଇଥିବାବେଳେ ରୋଷେୟାଙ୍କ ମଧ୍ୟ ସମ୍ପୃକ୍ତ ନଥିବା ଶୁକ୍ରବାର ସୂଚନା ଦେଇଥିଲେ ।

Get real time updates directly on you device, subscribe now.