fbpx

ସୌମ୍ୟ କିଛି ବଡ଼ବଡ଼ିଆଙ୍କ କଳାକାରନାମାର ସିକ୍ରେଟ୍ ଜାଣିଥିଲେ କି? ମିଳିମିଶି ମୃତ୍ୟୁ ଘଟଣାକୁ ଚାପିଦେବାର ଉଦ୍ଦେଶ୍ୟ କ’ଣ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପାରଳାଖେମୁଣ୍ଡି ସହକାରୀ ବନ ସଂରକ୍ଷକ (ଏସିଏଫ୍) ସୌମ୍ୟ ରଞ୍ଜନ ମହାପାତ୍ରଙ୍କ ମୃତ୍ୟୁକୁ ଇତିମଧ୍ୟରେ ଦୁଇ ସପ୍ତାହରୁ ଅଧିକ ଦିନ ହୋଇଗଲାଣି । ତେବେ ବର୍ତ୍ତମାନ ଏହି ହତ୍ୟାକାଣ୍ଡର ତଦନ୍ତରେ ଶିଥିଳ ପଡ଼ିଯାଇଥିବା ଦେଖିବାକୁ ମିଳିଛି । କିଛି ବଡ଼ବଡ଼ିଆମାନେ ମିଳିମିଶି ଏହି ମୃତ୍ୟୁକୁ ଚାପି ଦେଇଥିବା ଏବେ ସାଧାରଣରେ ଆଲୋଚନା ହେଉଛି ।

ସୌମ୍ୟଙ୍କ ମୃତ୍ୟୁକୁ ନେଇ ଦିନକୁ ଦିନ ନୂଆ ନୂଆ ତଥ୍ୟ ସାମନାକୁ ଆସୁଥିଲେ ହେଁ ତାହା ସେପରି ବଳିଷ୍ଠ ହୋଇନଥିବା ପ୍ରମାଣିତ ହୋଇଛି । ପୂର୍ବରୁ ସୌମ୍ୟଙ୍କ ପତ୍ନୀ ବିଦ୍ୟାଭାରତୀଙ୍କ ପରକୀୟା ପ୍ରୀତି ନେଇ ବିଭିନ୍ନ ଅଭିଯୋଗ ହୋଇଥିଲେ ମଧ୍ୟ ପୋଲିସ ପକ୍ଷରୁ ସେନେଇ ଅଭିଯୁକ୍ତମାନଙ୍କୁ କ୍ଲିନଚିଟ୍ ଦିଆଯାଇଛି । ଏବେ ବି ସୌମ୍ୟଙ୍କ ପରିବାରବର୍ଗ ପୋଲିସର ତଦନ୍ତକୁ ନେଇ ଅସନ୍ତୁଷ୍ଟ ରହିଛନ୍ତି । ତରବରିଆ ଭାବେ ଅଭିଯୁକ୍ତମାନଙ୍କୁ କ୍ଲିନଚିଟ୍ ଦେବାର ପରବର୍ତ୍ତୀ ସମୟରେ ଗଜପତି ଏସପିଙ୍କ ଭିନ୍ନ ପ୍ରତିକ୍ରିୟାକୁ ନେଇ ସାଧାରଣରେ ସନ୍ଦେହ ସୃଷ୍ଟି ହୋଇଥିଲା । ତେବେ ଏଠାରେ ପ୍ରଶ୍ନ ଉଠୁଛି, ଏହା ସାଧାରଣ ମୃତ୍ୟୁ ନା ହତ୍ୟା ନା ଆତ୍ମହତ୍ୟା? ଏନେଇ ପୋଲିସ କେବେ ସ୍ପଷ୍ଟ କରିବ । ପୂର୍ବରୁ ଡିଏଫଓଙ୍କୁ ନେଇ ବିଦ୍ୟାଭାରତୀଙ୍କ ସମ୍ପର୍କ ବିଷୟରେ ଚର୍ଚ୍ଚା ହେଉଥିବା ବେଳେ ତାହା ମିଛ ବୋଲି ପୋଲିସ ପ୍ରମାଣିତ କରିଛି । ତେବେ ଏହି ଘଟଣାରେ କିଛି ବଡ଼ବଡ଼ିଆଙ୍କ ହାତ ରହିଥିବା ଚର୍ଚ୍ଚା ହେଉଛି । ପୋଲିସର ତଦନ୍ତ ଯାହା କହୁନା କାହିଁକି, ଏହା ଯେ ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ଏହା ସାଧାରଣରେ ଆଲୋଚନା ହେଉଛି । ଯଦି ପରକୀୟା ପ୍ରୀତି ମିଛ, ତେବେ ହୁଏତ ସୌମ୍ୟଙ୍କୁ ଅନ୍ୟ କୌଣସି କାରଣ ପାଇଁ ହତ୍ୟା କରାଯାଇପାରେ ବା ସେ ଆତ୍ମହତ୍ୟା କରିଥାଇପାରନ୍ତି । କିଛି ବଡ଼ବଡ଼ିଆଙ୍କ କଳାକାରନାମାର ସିକ୍ରେଟ୍ କିମ୍ବା ବିଭାଗୀୟ ଦୁର୍ନୀତି ବିଷୟରେ ସୌମ୍ୟ ଜାଣିଥାଇପାରନ୍ତି । ଉକ୍ତ କୁଚକ୍ରୀମାନଙ୍କର ଅସଲ ମୁଖା ଖୋଲିଯିବା ଭୟରେ ସେମାନେ ସୌମ୍ୟଙ୍କୁ ଟାର୍ଗେଟ୍ କରିଥାଇପାରନ୍ତି । ଏହି ସମସ୍ତ କାହାଣୀ ପଛରେ ଜଣେ କ୍ଷମତାଶାଳୀଙ୍କ ହାତ ରହିଥିବା ଲୋକଙ୍କ ମୁହଁରୁ ଶୁଣିବାକୁ ମିଳୁଛି । ଏହି ସମସ୍ତ ଘଟଣା ପଛରେ ଜଣେ ଅସଲ ଖଳନାୟକ ରହିଥିବା ସଭିଙ୍କ ମନରେ ସନ୍ଦେହ ଆସୁଛି । ଅବଶ୍ୟ ଏଥିରେ କେତେ ସତ୍ୟତା ରହିଛି, ତାହା କହିହେବ ନାହିଁ । ସେଇ ରିଙ୍ଗ ମାଷ୍ଟରଙ୍କ ଇସାରାରେ ଏସବୁ ଷ୍ଟୋରି ପରିଚାଳିତ ହେଉନି ତ । ଯଦି ଆଗକୁ ଠିକଭାବେ ତଦନ୍ତ ହୁଏ, ତେବେ ସମସ୍ତ ଘଟଣାର ପର୍ଦ୍ଦାଫାସ୍ ହେବ ବୋଲି ଆଶା କରାଯାଉଛି ।

Get real time updates directly on you device, subscribe now.