fbpx

ସୌମ୍ୟଙ୍କ ଶରୀର ଜଳିଗଲା, କିନ୍ତୁ ପ୍ଲାଷ୍ଟିକ୍ ଚେଆରରେ ଝାସ ବି ବାଜିନି!

ଓଡ଼ିଶା ଭାସ୍କର ବ୍ୟୁରୋ: ଏସିଏଫ୍ ସୌମ୍ୟ ପୋଡ଼ିହୋଇ ଜୀବନ ଚାଲିଗଲା । କିନ୍ତୁ ସେହି ପୋଡ଼ାଦାଗର ଚିହ୍ନବର୍ଣ୍ଣ ଯୋଉଠି ସାଧାରଣତଃ ରହିବା କଥା ସେଇଠି ମିଳିନି । ଯେଉଁ ୮ଫୁଟରୁ ୧୦ଫୁଟ ଘରେ ସୌମ୍ୟ ଜଳିଗଲେ, ସେହି ଘରେଥିବା ପ୍ଲାଷ୍ଟିକ ଚେଆର୍ ଓ ଡବା ସେମିତି ଅକ୍ଷତ ରହିଛି । ଫ୍ଲୋର୍ରେ କଳା ଦାଗ ବି ନାହିଁ, ଡୋର୍ ସ୍କ୍ରିନ ବି ଜଳିନାହିଁ । ଏପରିକି ଘରେ ଲାଗିଥିବା ଅଳନ୍ଧୁ ବି ରହିଛି । କିନ୍ତୁ ଅଧା ଲିଟର୍ କିରୋସିନିରେ ସୌମ୍ୟଙ୍କ ଶରୀର ୯୫ ପ୍ରତିଶତ ଅଂଶ ଜଳିଗଲା । ଏଭଳି କିଛି ପ୍ରମାଣ ନମିଳିବା ହିଁ ଏକ ଶକ୍ତ ପ୍ରମାଣ ଆଡ଼କୁ ଅଙ୍ଗୁଳି ଦେଖାଉଛି ବୋଲି ସାଧାରଣରେ ମତ ପ୍ରକାଶ ପାଇଛି ।

ଛାତରୁ ଅଳନ୍ଧୁ ଝୁଲ ଓହଳିଛି । କିନ୍ତୁ ଆଶ୍ଚର୍ଯ୍ୟର ବିଷୟ ଯେ ବାହାରପଟୁ ଲାଗିଥିବା ସ୍କାଏଲାଇଟରେ ଦାଗ ରହିଛି । ସେହିପରି ବହାରପଟୁ କବାଟ ତଳେ ଦାଗରହିଛି । କିନ୍ତୁ ଘର ଭିତରେ ଥିବା କୌଣସି ଜିନିଷ ଉପରେ ଚିହ୍ନ ଟିକେ ନାହିଁ । ଏସବୁ ରହସ୍ୟମୟ ଲାଗୁଛି ଆଉ ସୁଚିନ୍ତିତ ପ୍ଲାନ ଭିତରେ ସବୁ ଘଟିଥିବା କହିଛନ୍ତି ସୌମ୍ୟଙ୍କ ପକ୍ଷରୁ ମାମଲା ଲଢୁଥିବା ଆଇନଜୀବୀ । ଅଭିଯୁକ୍ତ ପ୍ରମଣାକୁ ଭିନ୍ନ ଦିଗରେ ନେବାପାଇଁ ହୁଏତ ବାହାର ପଟୁ ପ୍ରୟାସ କରିଥିବା କୁହାଯାଉଛି । ସେ ଯାହାବି ହେଉ ଅଭିଯୁକ୍ତ କ୍ରାଇମ ଘଟାଇବାରେ କିଛିନା କିଛି ପ୍ରମାଣ ଛାଡ଼ିଦିଏ । ହୁଏତ ଏହିଁ ହେଉଛି ବଡ଼ ପ୍ରମାଣ ଯେ ଘେର ଭିତରେ ମଣିଷର ୯୫ ଶରୀର ଜଳିଯାଉଛି କିନ୍ତୁ ଘର ଭିତେର ଥିବା ଜିନିଷରେ ଝାସ ବି ଟିକେ ବାଜିନି । ସେପେଟ ସେନ୍ଦହଘେରରେ ଥିବା ଡିଏଫଓ ସଂଗ୍ରାମ କେଶରୀ ବେହେରାଙ୍କୁ ଗଜପତି ଏସପି ଦେଇଛନ୍ତି କ୍ଲିନଚିଟ । କିିନ୍ତୁ ଡିଏଫଓଙ୍କ ବିରୋଧରେ ଆରମ୍ଭରୁ ଅଭିଯୋଗ ଆଣିଥିବା ସୌମ୍ୟଙ୍କ ପରିବାର ବର୍ଗ ଏହି କ୍ଲିନଚିଟକୁ ଗ୍ରହଣ କରିନାହାନ୍ତି । ଆଉ ହାେଇକାଟଙ୍ର୍କ ଦ୍ୱାରସ୍ଥ ହୋଇଛନ୍ତି ପରିବାର ।

ସୌମ୍ୟ ଜଳିଯିବାର ପ୍ରମାଣ ଅଛି ହେଲେ କେଉଁଠି ଜଳିଲେ ତାହାର ପ୍ରମାଣ ସ୍ପଷ୍ଟ ହୋଇପାରୁନି । ଅଭିଯୋଗ ପରେ ଅଭିଯୋଗ ଆଣିଛନ୍ତି ସୌମ୍ୟଙ୍କ ଓକିଲ ଆଉ ପରିବାର ନ୍ୟାୟ ଅପେକ୍ଷାରେ ରହିଛନ୍ତି । ଏବେ ବଡ଼ ପ୍ରଶ୍ନ- ସୌମ୍ୟଙ୍କୁ ମିଳିବକି ନ୍ୟାୟ?

Get real time updates directly on you device, subscribe now.