fbpx

PAYTM ଦେଉଛି ନିଯୁକ୍ତି ସୁଯୋଗ, ଦରମା ୩୫ ହଜାର; ଜାଣନ୍ତୁ କେମିତି କରିବେ ଆବେଦନ

ନୂଆଦିଲ୍ଳୀ: ଅର୍ଥନୈତିକ ସେବା ପ୍ରଦାନ କରୁଥିବା ପେଟିଏମ୍ ଦେଶରେ ଏହାର ଉପସ୍ଥିତିକୁ ଅଧିକ ସୁଦୃଢ କରିବାକୁ ଯାଉଛି । ୧୬ହଜାର ୬୦୦ କୋଟିର ଆଇପିଓ ଲଞ୍ଚ କରିବାକୁ ଯାଉଥିବା ପେଟିଏମ୍ ନିକଟରେ ଏହାର ଫିଲ୍ଡ ସେଲ୍ସ ଏକଜ୍ୟୁକ୍ୟୁଟିଭ୍ (ଏଫ୍ଏସ୍ଇ) ସେବା ଲଞ୍ଚ କରିଛି । ଏଫ୍ଏସଇ ପ୍ରୋଗ୍ରାମ ଅନୁଯାୟୀ କମ୍ପାନୀ ପକ୍ଷରୁ ୨୦ ହଜାର ନୂତନ ନିଯୁକ୍ତି ସୁଯୋଗ ପ୍ରଦାନ କରୁଛି । ନବ ନିଯୁକ୍ତ ଏହି ୨୦ ହଜାର ଏକଜ୍ୟୁକ୍ୟୁଟିଭ ପେଟିଏମ ମର୍ଚ୍ଚାଣ୍ଟ ମାନଙ୍କୁ ପେଟିଏମ୍ ସମ୍ପର୍କରେ ସବିଶେଷ ତଥ୍ୟ ପ୍ରଦାନ କରିବେ । ଏହା ସହିତ କମ୍ପାନୀର ବିଭିନ୍ନ ଡିଜିଟାଲ ଉତ୍ପାଦର ପ୍ରମୋଶନ ମଧ୍ୟ କରିବାରେ ମଧ୍ୟ ସହାୟକ ହେବେ ବୋଲି କୁହାଯାଇଛି ।

ଦରମା: ଏହି ନୂତନ ନିଯୁକ୍ତିରେ ୩୫ ହଜାର ଟଙ୍କାର ବେତନ ପ୍ରଦାନ କରିବ କମ୍ପାନୀ । ଏହା ସହିତ ଅନ୍ୟାନ୍ୟ ଆନୁଷଙ୍ଗିକ ସୁବିଧା ଏବଂ କମିଶନ ମଧ୍ୟ ମିଳିବ ।

କଣ ରହିବ କାମ: ଏଫଏସଇରେ ଯୋଗ ଦେଇଥିବା ଏହି କର୍ମୀ ମାନେ ପେଟିଏମର ସମସ୍ତ ଡିଜିଟାଲ ଉତ୍ପାଦର ପ୍ରମୋଶନ କରିବେ । ପେଟିଏମ୍ ଅଲ୍ ଇନ ୱାନ କ୍ୟୁଆର କୋଡ, ପେଟିଏମ୍ ସାଉଣ୍ଡବକ୍ସ, ୱାଲେଟ, ପୋଷ୍ଟପେଡ, ମର୍ଚ୍ଚାଣ୍ଟ ଋଣ ଓ ଜୀବନବୀମା ପ୍ରଭୃତି ବିଷୟରେ ଏହି କର୍ମଚାରୀ ମାନେ ସହାୟତା କରିବେ ।

ଯୋଗ୍ୟତା: ଏହି କାମ ପାଇଁ ଆପଣଙ୍କୁ ୧୮ ବର୍ଷ ହୋଇଥିବା ନିହାତି ଆବଶ୍ୟକ । ଏହା ସହିତ ଆପଣ ୧୦ମ, ଦ୍ୱାଦଶ କିମ୍ବା ସ୍ନାତକ ଶିକ୍ଷା ହାସଲ କରିଥିବେ । ଆଣ୍ଡ୍ରଏଡ ମୋବାଇଲ ସହିତ ପେଟିଏମ ଆପ ଜରିଆରେ ପ୍ରାର୍ଥୀ ମାନେ ଆବେଦନ କରିପାରିବେ । ଦୁଇ ଚକିଆ ଯାନ ରହିଥିବା ଆଶାୟୀ ଓ ବିଭିନ୍ନ ସହରକୁ ଯାତ୍ରା କରିବାରେ ଅସୁବିଧା ନଥିବା ପ୍ରାର୍ଥୀଙ୍କୁ ପ୍ରାଧାନ୍ୟ ଦିଆଯିବ । ସେହିପରି ସ୍ଥାନୀୟ ଅଞ୍ଚଳ ଓ ଭାଷା ସହିତ ପରିଚୟ ନିତାନ୍ତ ଜରୁରୀ ।

ଆଇପିଓ: ଖୁବ୍ ଶୀଘ୍ର ବଜାରରେ ଲଞ୍ଚ ହେବାକୁ ଯାଉଛି ପେଟିଏମର ଆଇପିଓ । ୧୬,୬୦୦ କୋଟିର ଆଇପିଓ ଅକ୍ଟୋବର ସୁଦ୍ଧା ଲଞ୍ଚ ହେବ ବୋଲି ସୂଚନା ମିଳିଛି । ଏନେଇ ସେବି ନିକଟରେ କମ୍ପାନୀ ପକ୍ଷରୁ ଜୁଲାଇ ୧୫ରେ ଆବେଦନ ହୋଇ ସାରିଛି । ସେବି ନିକଟରେ ଦାଖଲ କରାଯାଇଥିବା ତଥ୍ୟ ଅନୁଯାୟୀ ପେଟିଏମ୍ ନିଜକୁ ଦେଶର ଏକ ନମ୍ବର ଡିଜିଟାଲ ଇକୋସିଷ୍ଟମ ଭାବରେ ଅଭିହିତ କରିଛି ।

Get real time updates directly on you device, subscribe now.