fbpx

ପେଗାସସ୍ ହ୍ୟାକିଂ ମାମଲାରେ ମୋଦୀଙ୍କୁ ଟାର୍ଗେଟ କଲେ ରାହୁଲ, କହିଲେ ସରକାର ଛାଡ଼ିଛନ୍ତି ଘାତକ ଭାଇରସ

ପେଗାସସ ଫୋନ ହ୍ୟାକିଂ ମାମଲାରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ମୋଦୀ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ରାହୁଲ ଗାନ୍ଧୀ କହିଛନ୍ତି ସରକାର ଆମ ଫୋନରେ ଛାଡ଼ିଛନ୍ତି ଘାତକ ଭାଇରସ । ବୁଧବାର ରାହୁଲ କହିଛନ୍ତି ଏହି ମାମଲାରେ ସଂସଦରେ ଆଲୋଚନା କରିବାକୁ ଚାହୁଥିବା ବିରୋଧୀ ନେତାଙ୍କୁ ସୁଯୋଗ ଦିଆଯାଉନାହିଁ ଏହାକୁ ଚପାଇଦେବାକୁ ଚେଷ୍ଟା କରାଯାଉଛି ।

ସୂଚନାଯୋଗ୍ୟ, ମଙ୍ଗଳବାର ପ୍ରଧାନମନ୍ତ୍ରୀ ମୋଦୀ ବିଜେପି ସଂସଦୀୟ ଦଳର ବୈଠକ ସମୟରେ କାର୍ଯ୍ୟ ଠପ୍ ହେବା ନେଇ କଂଗ୍ରେସ୍ ଉପରେ ବର୍ଷିଥିଲେ । ମୋଦୀ ତାଙ୍କ ସାଂସଦ ମାନଙ୍କୁ କହିଥିଲେ ସେମାନେ କଂଗ୍ରେସର ପ୍ରକୃତ ପରିଚୟ ସାମ୍ନାକୁ ଆଣନ୍ତୁ ।

ରାହୁଲ ଗାନ୍ଧୀ ସରକାରଙ୍କ ଆରୋପର ଜବାବରେ କହିଥିଲେ ଯେ ଆମେ ସଂସଦର କାର୍ଯ୍ୟରେ ବାଧା ଦେଉନାହୁଁ । ଆମେ କେବଳ ଆମର ଉତ୍ତରଦାୟିତ୍ୱ ପୁରା କରୁଛୁ । ପେଗାସସ କେସ୍ ଆମ ପାଇଁ ରାଷ୍ଟ୍ରବାଦ, ଦେଶଦ୍ରୋହ ପ୍ରସଙ୍ଗ ଏହା ଗୋପନୀୟ ମାମଲା ନୁହେଁ । ଏହା ରାଷ୍ଟ୍ରବିରୋଧୀ କାମ । ରାହୁଲ ଆହୁରି କହିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଅମିତ ଶାହା ଭାରତ ଏବଂ ଏହାର ସଂସ୍ଥା ବିରୋଧରେ ପେଗାସସ ବ୍ୟବହାର ଭୁଲ କରିଛନ୍ତି ।

ସେ କହିଛନ୍ତି ଆମେ କେବଳ ଏହା ପଚାରୁଛୁ ପେଗାସସ ସଫ୍ଟଓୟାର କିଣାଯାଇଛି କି’ ନାହିଁ? ଏବଂ କ’ଣ ଏହାର ବ୍ୟବହାର ହୋଇଛି କି’ ନାହିଁ? ଏହାକୁ ଆତଙ୍କବାଦୀ ଦେଶଦ୍ରୋହୀଙ୍କ ବିରୋଧରେ ବ୍ୟବହାର କରାଯିବା ଦରକାର । ସରକାର ଏ ବିଷୟରେ ଚର୍ଚ୍ଚା କରିବାକୁ ଚାହୁନାହଁନ୍ତି । ପେଗାସସ ଉପରେ ଚର୍ଚ୍ଚା ପୂର୍ବରୁ ଆମେ କେଉଁଆଡେ ବି ଯିବୁନାହିଁ । ସେ ଆହୁରି କହିଛନ୍ତି ଆମେ ପେଗାସସ ଉପରେ ଚର୍ଚ୍ଚା ଚାହୁଛୁ । ସରକାର ଏହା ଉପରେ କୌଣସି ଚର୍ଚ୍ଚା କରିବାକୁ ଚାହୁନାହାଁନ୍ତି । ଏଥିରୁ ଜଣାପଡୁଛି ସରକାର ନିଶ୍ଚୟ କିଛି ଭୁଲ କରିଛନ୍ତି ଯାହା ଦେଶ ପାଇଁ ବିପଦପୂର୍ଣ୍ଣ ।

Get real time updates directly on you device, subscribe now.