fbpx

ରାଜ୍ୟର ୪ ହଜାର ପଡ଼ା ପାଲଟିବ ରାଜସ୍ୱ ଗାଁ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ପ୍ରାୟ ୪ ହଜାର ପଡ଼ାକୁ ମିଳିବ ରାଜସ୍ୱ ଗାାଁର ମାନ୍ୟତା । ଏ ସମ୍ପର୍କିତ ଗାଇଡଲାଇନକୁ ଅନୁମୋଦନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୂଳ ଗ୍ରାମରୁ ୫୦୦ ମିଟର ଦୂରରେ ଥିବା ୨୫୦ରୁ ଅଧିକ ଜନସଂଖ୍ୟା ବିଶିଷ୍ଟ ପଡ଼ା ଗାଁକୁ ମିଳିବ ରାଜସ୍ୱ ଗାଁର ମାନ୍ୟତା । ମୂଳ ଗାଁଠାରୁ ୫୦୦ ମିଟର ଦୂର ନଥାଇ ଯଦି ୩ଶହରୁ ଅଧିକ ଲୋକ ଥିବେ ତା’ହେଲେ ମଧ୍ୟ ରାଜସ୍ୱ ଗାଁର ମାନ୍ୟତା ମିଳିବ ।

ସେହିଭଳି ପ୍ରାକୃତିକ ପ୍ରତିବନ୍ଧକରେ ମୂଳ ଗାଁ ଠାରୁ ବିଚ୍ଛିନ୍ନ ହୋଇଥିବା ପଡ଼ା ଗାଁର ଜନସଂଖ୍ୟା ୨୫୦ରୁ କମ ହୋଇଥିଲେ ମଧ୍ୟ ରାଜସ୍ୱ ଗାଁର ମାନ୍ୟତା ଦିଆଯିବ । ଗୋଚର ଓ ଗୋଷ୍ଠୀଗତ ଜମି ଉପରେ ରହିବ ଉଭୟ ଗାଁର ଅଧିକାର । ଏ ସଂପର୍କରେ ସବୁ ଜିଲ୍ଲାପାଳମାନଙ୍କୁ ଚିଠି କଲେ ରାଜସ୍ୱ ସଚିବ ।

Get real time updates directly on you device, subscribe now.