fbpx

ଦମ୍ପତିଙ୍କୁ ମିଳିବ ୧୦ ହଜାର ପେନସନ୍; ATAL PENSION YOJANA ଆଣିଲା ଏମିତି ସୁବିଧା

ନୂଆଦିଲ୍ଲୀ: ସରକାରୀ ଚାକିରିରେ ଅବସର ପରେ ପେନସନର ସୁବିଧା ରହିଥିବା ବେଳେ ଘରୋଇ କ୍ଷେତ୍ରରେ କାମ କରୁଥିବା ବ୍ୟକ୍ତି ବିଶେଷଙ୍କ ପାଇଁ ଏକ ବଢିଆ ଅଫର ଆଣିଛନ୍ତି ସରକାର । ଏହି ସୁବିଧା ଅନୁଯାୟୀ ଘରୋଇ କ୍ଷେତ୍ରରେ କାମ କରୁଥିବା ପ୍ରତ୍ୟେକ ବ୍ୟକ୍ତି ବିଶେଷଙ୍କୁ ମାସିକ ୧୦ ହଜାର ଟଙ୍କାର ପେନସନ୍ ମିଳିବ । କେନ୍ଦ୍ର ସରକାରଙ୍କ ଅଟଳ ପେନଶନ୍ ଯୋଜନାରେ ଏହି ସୁବିଧା ମିଳିବାକୁ ଯାଉଛି ।

କେନ୍ଦ୍ର ସରକାରଙ୍କ ପେନସନ୍ ଫଣ୍ଡ ନିୟାମକ (ପିଏଫଆରଡିଏ) ପକ୍ଷରୁ ଏହି ସୂଚନା ପ୍ରଦାନ କରାଯାଇଛି । ଦମ୍ପତ୍ତି ମାନଙ୍କ ପାଇଁ ଏହି ସୁବିଧା କରାଯାଇଥିବା ବେଳେ ଉଭୟଙ୍କୁ ୫ ହଜାର ଟଙ୍କା ଲେଖାଏଁ ପେନଶନ୍ ପ୍ରଦାନ କରାଯିବ । ଉଭୟ ପତି ପତ୍ନୀଙ୍କର ବ୍ୟାଙ୍କ ଆକାଉଣ୍ଟ ରହିଥିବା ନିହାତି ଆବଶ୍ୟକ । ବ୍ୟାଙ୍କ ଆକାଉଣ୍ଟକୁ ଏହି ଅର୍ଥରାଶି ଆସିବ ବୋଲି ପିଏଫଆରଡିଏଙ୍କ ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି ।

ଅଟଳ ପେନଶନ୍ ଯୋଜନାରେ ମାସିକ ୧୦୦୦-୫୦୦୦ ପର୍ଯ୍ୟନ୍ତ ନିବେଶ କରି ଏହି ସୁବିଧାର ଲାଭ ଉଠାଯାଇ ପାରିବ । ୧୮-୪୦ ବର୍ଷ ବୟସ ବର୍ଗରେ ରହିଥିବା ବ୍ୟକ୍ତିବିଶେଷଙ୍କୁ ଏହି ଯୋଜନାରେ ସାମିଲ କରାଯିବ । ଅଣ ସଙ୍ଗଠିତ ବର୍ଗର ଚାକିରି ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏହି ଅଫର ରଖାଯାଇଛି । ଆପଣଙ୍କ ନିବେଶ ସହିତ ସରକାର ବର୍ଷକୁ ୧୦୦୦ ଟଙ୍କା ନିବେଶ କରିବେ । ସମସ୍ତ ବ୍ୟାଙ୍କ ଧାରକ ନିଜକୁ ଏହି ଯୋଜନାରେ ସାମିଲ କରିପାରିବେ ।

Get real time updates directly on you device, subscribe now.