fbpx

ଘାତକ ସାଜିଲା ଫ୍ରି-ଫାୟାର୍ ଗେମ୍, ଛାତ୍ର ଗୁରୁତର

ଓଡ଼ିଶା ଭାସ୍କର ବ୍ୟୁରୋ: ପୁଣିଥରେ ମୋବାଇଲ୍ ଗେମ୍ ଆତଙ୍କ । ଫ୍ରି ଫାୟାର ଗେମ୍ ମାୟାରେ ପଡ଼ି ପିଲାମାନେ ନିଜ ପ୍ରତି ବିପଦ ଟାଣି ଆଣୁଛନ୍ତି । ଠିକ୍ ସେହିଭଳି ଏକ ଘଟଣା ରାଜ୍ୟରେ ଦେଖିବାକୁ ମିଳିଛି । କେନ୍ଦୁଝର ଜିଲ୍ଲାର ହରିଚନ୍ଦନପୁର ଥାନା ଆଖୁପାଳ ଗାଁରେ ଏଭଳି ଦୁର୍ଘଟଣା ଘଟିଛି । ମୋବାଇଲରେ ଫ୍ରି ଫାୟାର ଗେମ୍ ଖେଳି ଦଶମ ଶ୍ରେଣୀ ଛାତ୍ର ଗୁରୁତର ଅବସ୍ଥାରେ କଟକ ଏସସିବିକୁ ସ୍ଥାନାନ୍ତର ହୋଇଛନ୍ତି । ଆଉ ଆହତ ଛାତ୍ର ଜଣଙ୍କ ହେଉଛନ୍ତି କୁଅଁର ଖଣ୍ଡାଙ୍କ ପୁଅ ।

ଗୋଟିଏ ପଟେ କୋଭିଡ୍ ମହାମାରୀ ଯୋଗୁ ପିଲାଙ୍କ ପାଠପଢ଼ାରେ ଘୋର ବ୍ୟାଘାତ ସୃଷ୍ଟି ହୋଇଥିବା ବେଳେ ଅନଲାଇନ୍ କ୍ଲାସ୍ ପ୍ରତି ଗୁରୁତ୍ୱ ଦିଆଯାଉଛି । ଆଉ ଏଥିପାଇଁ ପିଲାଙ୍କୁ ସ୍ମାର୍ଟ ମୋବାଇଲ୍ ଫୋନ ଦେବାକୁ ବାଧ୍ୟ ହେଉଛନ୍ତି ଅଭିଭାବକ । ହେଲେ ପିଲାଏ ଏପରି ଗେମ୍ରେ ମାତି ନିଜ ପାଇଁ ବିପଦ ଟାଣିଆଣୁଥିବାରୁ ସମସ୍ୟା ବଢ଼ିଚାଲିଛି । ନିକଟ ଅତୀତରେ ପବ୍-ଜିକୁ ନେଇ ଏଭଳି ବହୁ ଅଭିଯୋଗ ଆସିଥିଲା । ଅନୁରୂପ ଭାବେ କଲ୍ ଅଫ୍ ଡିଉଟି ଓ ଫ୍ରି ଫାୟାର ଆଦି ମୋବାଇଲ୍ ଗେମ୍ ମୋହରେ ପଡ଼ି ପିଲାମାନେ ନିଜ ପାଇଁ ଘାତକ ସୃଷ୍ଟି କରୁଛନ୍ତି । ଗାଁର କୁଅଁର ଖଣ୍ଡା ତାଙ୍କ ପୁଅ ଅନଲାଇନରେ ପାଠ ପଢିବେ ବୋଲି ଏକ ସ୍ମାର୍ଟ ଫୋନ୍ କିଣି ଦେଇଥିଲେ ।

Get real time updates directly on you device, subscribe now.