fbpx

ଜାତୀୟ ରାଜପଥରେ ଏସିଡ୍ ଟ୍ୟାଙ୍କର ଲିକ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଜାତୀୟ ରାଜପଥରେ ଏକ ଏସିଡବାହୀ ଟ୍ୟାଙ୍କର ଲିକ୍ । ଟ୍ୟାଙ୍କରଟି ଗଞ୍ଜାମରୁ କୋଲକାତା ଯାଉଥିବା ସମୟରେ ଖୋର୍ଦ୍ଧା ଟାଙ୍ଗି ଚମ୍ପାଗଡ଼ ଓସକେଇ ଖୋଲ ନିକଟରେ ଏସିଡ୍ ଟ୍ୟାଙ୍କର ଲିକ୍ ହୋଇଥିବା ସୂଚନା ।

ଟ୍ୟାଙ୍କରର ଭାଲଭ୍ ଲିକ୍ ହୋଇ ବାହାରୁଛି ଏସିଡ୍ । ଏସିଡ୍ ଲିକ୍ ଯୋଗୁଁ ରାଜପଥ ଧୂଆଁମୟ, ଗମନାଗମନ ବାଧାପ୍ରାପ୍ତ । ଟାଙ୍ଗି ଅଗ୍ନିଶମ ବାହିନୀ ଦ୍ୱାରା ଏସିଡ୍ ଲିକ୍ ଆୟତ୍ତ ପାଇଁ ଉଦ୍ୟମ ଜାରି ।

Get real time updates directly on you device, subscribe now.