fbpx

ବିବାହରେ ବରଣମାଳା ବଦଳରେ ପିନ୍ଧାଇଲେ ମାସ୍କ, ମଜାଦାର ଭିଡିଓ ଭାଇରାଲ

ମୁମ୍ବାଇ (ଓଡ଼ିଶା ଭାସ୍କର) ପ୍ରାୟ ସମୟରେ ସୋସିଆଲ ମିଡିଆରେ ବିବାହକୁ ନେଇ କେତେକ ମଜାଳିଆ ଭିଡିଓ ମାନ ଭାଇରାଲ୍‌ ହୋଇଥାଏ । ଆଉ ଏସବୁ ଭିଡିଓକୁ ଲୋକମାନେ ମଧ୍ୟ ବେଶ୍‌ ପସନ୍ଦ କରିଥାନ୍ତି । ବର୍ତ୍ତମାନ ଦେଶରେ କରୋନା ସଙ୍କଟ ଜାରି ରହିଛି । ଏହାର ଅଧିକ ପ୍ରଭାବ ବିବାହ ଉପରେ ମଧ୍ୟ ପଡ଼ିଥିବା ଦେଖିବାକୁ ମିଳିଛି । କାରଣ କରୋନା ଯୋଗୁ ଏବେ ସମସ୍ତ ବିବାହ ନିରାଡମ୍ବରରେ ହେଉନି । ନା ଅଛି ବ୍ୟାଣ୍ଡ୍‌ବାଜା ନା ଅଛି ରୋଷଣୀ । ଏତଦ୍‌ ବ୍ୟତୀତ ବିବାହରେ ଆଉ ଲୋକଙ୍କ ଭିଡ଼ ମଧ୍ୟ ଜମୁନାହିଁ । କେହି ଯଦି ଲୁଚିଛପି ବିବାହରେ ବରଣମାଳା ବଦଳରେ ପିନ୍ଧାଇଲେ ମାସ୍କ ଆଡମ୍ବରରେ ବିବାହ କରୁଛନ୍ତି ତେବେ ସେମାନଙ୍କୁ ନିୟମ ଉଲ୍ଲଙ୍ଘନ ଅଭିଯୋଗରେ ଫାଇନ୍‌ ଦେବାକୁ ପଡ଼ୁଛି ।

ଇତି ମଧ୍ୟରେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ୍‌ ହେବାରେ ଲାଗିଛି । ଯାହାକୁ ଦେଖିବା ପରେ ଲୋକଙ୍କୁ ଏକ ଶିକ୍ଷା ମିଳିବା ସହ ନବଦମ୍ପତି ସମସ୍ତଙ୍କ ପାଇଁ ପ୍ରେରଣା ସାଜିଛନ୍ତି । ସୋସିଆଲ ମିଡିଆରେ ଭାଇରାଲ୍‌ ହୋଇଥିବା ଭିଡିଓକୁ ଆଇପିଏସ୍‌ ଅଧିକାରୀ ରୁପିନ ଶର୍ମା ଶେୟାର କରିଛନ୍ତି ।

ଭିଡିଓକୁ ଶେୟାର କରିବା ସହ ସେ ଏକ ମଜାଳିଆ କ୍ୟାପସନ୍‌ ଲେଖିଛନ୍ତି, ‘ବରଣମାଳା ବଦଳରେ ମାସ୍କ ମାଳା’ । ରୁପିନ ଶର୍ମା ଶେୟାର କରିଥିବା ଭିଡିଓରେ ଦେଖିବାକୁ ମିଳିଛି ଯେ, ଜଣେ ବର ଓ କନ୍ୟା ମଞ୍ଚ ଉପରେ ଠିଆ ହୋଇଛନ୍ତି । ଦୁହେଁ ପରସ୍ପରଙ୍କୁ ବରଣମାଳା ପିନ୍ଧାଇବା ବଦଳରେ ମାସ୍କ ପିନ୍ଧାଉଥିବା ନଜର ଆସିଛି। ଏହି ଭିଡିଓଟି ଖୁବ୍‌ ମଜାଳିଆ ଦେଖାଯାଉଥିବା ସହ କେଉଁଠି ନା କେଉଁଠି ଏହା କରୋନା ପ୍ରତି ଏକ ସଚେତନତା ବାର୍ତ୍ତା ମଧ୍ୟ ଦେଉଛି ।

Get real time updates directly on you device, subscribe now.