fbpx

ଦିଦି ପୁଣିଗଲେ କୋର୍ଟକୁ; ନନ୍ଦିଗ୍ରାମ ହାରିବା ଦୁଃଖ ନେଇ…

ନୂଆଦିଲ୍ଲୀ: ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ତାଙ୍କ ପୂର୍ବତନ ସହକର୍ମୀ ଶୁଭେନ୍ଦୁ ଅଧିକାରୀଙ୍କ ଦ୍ୱାରା ହୋଇଥିବା ପରାଜୟକୁ ଗ୍ରହଣ କରିପାରୁନାହାନ୍ତି । ଆଉ ଏହାକୁ ନେଇ ଏବେ ସେ ପହଞ୍ଚିଛନ୍ତି ହାଇକୋର୍ଟରେ । କଲିକତା ହାଇକୋର୍ଟରେ ନନ୍ଦିଗ୍ରାମର ନିର୍ବାଚନ ଫଳାଫଳକୁ ମମତା ବାନାର୍ଜୀ ଚ୍ୟାଲେଞ୍ଜ କରିଛନ୍ତି। ଶୁକ୍ରବାର ଦିନ ହାଇକୋର୍ଟର ଏକକ ବେଞ୍ଚ ଏହି ମାମଲାର ଶୁଣାଣି କରିବେ । ଜଷ୍ଟିସ କୌଶିକ ଚନ୍ଦା ଭିଡିଓ କନଫରେନ୍ସିଂ ମାଧ୍ୟମରେ ଏହି ମାମଲାର ଶୁଣାଣି କରିବେ ।

ଗତ ବର୍ଷ ଡିସେମ୍ବରରେ ଟିଏମସି ଛାଡି ବିଜେପିରେ ଯୋଗ ଦେଇଥିବା ଶୁଭେନ୍ଦୁ ଅଧିକାରୀ ନିର୍ବାଚନରେ ମମତା ବାନାର୍ଜୀଙ୍କୁ ପରାସ୍ତ କରିଥିଲେ। ତୃଣମୂଳ କଂଗ୍ରେସ ନନ୍ଦିଗ୍ରାମ ଆସନରେ ପୁନଃ ଗଣନା କରିବାକୁ ଦାବି କରୁଥିବାବେଳେ ଭୋଟ୍ ଗଣନାରେ ଅନେକ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି, ଯାହାକୁ ନିର୍ବାଚନ ଆୟୋଗ ପ୍ରତ୍ୟାଖ୍ୟାନ କରିଛନ୍ତି।

ଭବାନୀପୁର ଆସନରୁ ଲଢ଼ୁଥିବା ମମତା ବାନାର୍ଜୀ 2021 ବିଧାନସଭା ନିର୍ବାଚନରେ ​​ନନ୍ଦିଗ୍ରାମ ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଘୋଷଣା କରିଥିଲେ। ଏହା ପରେ ବିଜେପି ଶୁଭେନ୍ଦୁ ଅଧିକାରୀଙ୍କୁ ନନ୍ଦିଗ୍ରାମ ଆାସନରୁ ପ୍ରାର୍ଥୀ କରିଥିଲା । ଶୁଭେନ୍ଦୁ ଅଧିକାରୀ ନନ୍ଦୀଗ୍ରାମ ଆସନରୁ 1,956 ଭୋଟରେ ମମତା ବାନାର୍ଜୀଙ୍କୁ ପରାସ୍ତ କରିଥିଲେ। ଶୁଭେନ୍ଦୁ ଙ୍କୁ 1,10,764 ଭୋଟ୍ ମିଳିଥିବାବେଳେ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ମମତାଙ୍କୁ 1,08,808 ଭୋଟ୍ ମିଳିଥିଲା। ନିର୍ବାଚନ ଫଳାଫଳ ପରେ ମମତା ବାନାର୍ଜୀ ଭୋଟ୍ ଗଣନାରେ ଅନିୟମିତତା ହୋଇଥିବା ଅଭିଯୋଗ କରିଛନ୍ତି।

Get real time updates directly on you device, subscribe now.