fbpx

NH ରେ ଗ୍ୟାସ୍ ଟାଙ୍କି ଲିକ୍; ସାରା ଅଞ୍ଚଳରେ ଆତଙ୍କ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଏକ ବଡ଼ ଦୁର୍ଘଟଣା।    ୧୬ନମ୍ବର ଜାତୀୟ ରାଜପଥରେ ଏସିଡ ଟ୍ୟାଙ୍କର ଲିକ୍ ହୋଇଯାଇଛି। ୧୬ ନମ୍ବର ଜାତୀୟ ରାଜପଥ ଖୋର୍ଦ୍ଧା ଚମ୍ପାଗଡ଼ ନିକଟରେ ଗଞ୍ଜାମରୁ କୋଲକାତା ଅଭିମୁଖେ ହାଇଡ୍ରୋକ୍ଲୋରାଇଡ ଏସିଡ ନେଇ ଏକ ଟ୍ୟାଙ୍କର ଯାଉଥିବାବେଳେ ଏଭଳି ଦୁର୍ଘଟାଣା ଘଟିଛି।

ଯାହା ରିପୋର୍ଟ ମିଳୁଛି, ଟାଙ୍କି ର ଏକ ଭଲବ କଟି ଯିବାରୁ ଟାଙ୍କିରେ ଥିବା ଗ୍ୟାସ୍ ଲିକ୍ ହୋଇ ସମଗ୍ର ଅଞ୍ଚଳକୁ ଆଚ୍ଛାଦିତ କରିଛି। ଫଳରେ ଜାତୀୟ ରାଜପଥରେ ଯାତାୟାତ ବାଧାପ୍ରାପ୍ତ ହୋଇଛି।

ଘଟଣା ସ୍ଥଳରେ ଟାଙ୍ଗି ଅଗ୍ନିଶମ ବାହିନୀ କର୍ମଚାରୀ ପହଞ୍ଚି ଟାଙ୍କି ଉପରେ ପାଣି ସିଞ୍ଚନ କରି ଏସିଡ ଲିକ କୁ ଆୟତ୍ତ କରିବାକୁ ଉଦ୍ୟମ ଜାରି ରଖିଛନ୍ତି।

Get real time updates directly on you device, subscribe now.