fbpx

କୋଭିଡରୁ ଶିଶୁ ସୁରକ୍ଷା ପାଇଁ ACSଙ୍କ ମାର୍ଗଦର୍ଶିକା

AAKASH

ଭୁବନେଶ୍ୱର(ଓଡିଶା ଭାସ୍କର): କରୋନା କାଳରେ ଶିଶୁଙ୍କ ସୁରକ୍ଷା ନେଇ ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର । ଛୋଟ ପିଲାଙ୍କ କ୍ଷେତ୍ରରେ କରୋନା ମୁକାବିଲା ନେଇ ମାର୍ଗଦର୍ଶିକା ଜାରି କରିଛନ୍ତି ଏସିଏସ । ସବୁ ଜିଲ୍ଲାପାଳ, ସିଡିଏମଓ, ମ୍ୟୁନିସିପାଲିଟି କମିଶନରଙ୍କୁ ଚିଠି ଲେଖିଛନ୍ତି ଏସିଏସ ପ୍ରଦୀପ୍ତ ମହାପାତ୍ର। ହସ୍ପିଟାଲରେ ସ୍ୱତନ୍ତ୍ର ପେଡିଆଟ୍ରିକ୍ କୋଭିଡ୍ ୱିଙ୍ଗ୍ ବ୍ୟବସ୍ଥା ପାଇଁ ଚିଠି ଲେଖାଯାଇଛି ।

 

ସେ କହିଛନ୍ତି ଯେ, ‘ ଦେଶରେ କରୋନାର ଦ୍ୱିତୀୟ ଲହରରେ ଅଧିକ ଶିଶୁ ସଂକ୍ରମିତ ହେଉଛନ୍ତି । ୨ରୁ ୧୮ ବର୍ଷ ବୟସ୍କ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଛି । କୋଭିଡ ପଜିଟିଭ ଚିହ୍ନଟ ଅଭିଭାବକ ଯଥାସମ୍ଭବ ଆଇସୋଲେସନରେ ରୁହନ୍ତୁ । ଛୋଟପିଲାଙ୍କୁ ସେମାନଙ୍କଠାରୁ ଦୂରେଇ ଅନ୍ୟତ୍ର ରଖିବାର ରଖିବାର ବ୍ୟବସ୍ଥା ହେଉ । ନବଜାତ ଶିଶୁର ମାଆମାନଙ୍କର କୋଭିଡ ପରୀକ୍ଷଣ କରାଯିବା ଉଚିତ୍ । ପଜିଠିଭ ଚିହ୍ନଟ ହେଲେ ଉଭୟଙ୍କୁ ହସ୍ପିଟାଲରେ ରଖିବାର ବ୍ୟବସ୍ଥା କରାଯାଉ । ହୋମ ଆଇସୋଲେସନରେ ଥିବା ଅଭିଭାବକଙ୍କଠାରୁ ଶିଶୁଙ୍କୁ ଦୂରେଇ ରଖାଯାଉ । ଶିଶୁଙ୍କ ପାଇଁ ଏଚଡିୟୁ, ଆଇସିୟୁ ବେଡ ସଂରକ୍ଷିତ ରଖାଯିବ । ଶିଶୁଙ୍କ ପାଇଁ ଥିବା କେନ୍ଦ୍ରର ନିର୍ଦ୍ଦେଶାବଳୀ ପାଳନ କରାଯିବ । ଜଣେ ଅଭିଭାବକ ଶିଶୁଙ୍କ ଆଟେଣ୍ଡାଣ୍ଟ ଭାବେ ରହିପାରିବେ । କରୋନା ନିୟମ ଓ ସ୍ୱଚ୍ଛତା ଉପରେ ଧ୍ୟାନ ଦିଆଯିବ ।’

Get real time updates directly on you device, subscribe now.