fbpx
BJD SKY
BJD SKY

ସୋସିଆଲ ମିଡ଼ିଆରେ ଭୁଲ ତଥ୍ୟ ଦେଲେ ନିଆଯିବ କାର୍ଯ୍ୟାନୁଷ୍ଠାନ: ଜାଣନ୍ତୁ, କ’ଣ କହୁଛି ସରକାରଙ୍କ ନୂଆ ନିୟମ

BJD

ଓଡ଼ିଶା ଭାସ୍କର: ଆପଣମାନେ ଦେଖୁଥିବେ ପ୍ରତ୍ୟେକ ଦିନ ସୋସିଆଲ ମିଡ଼ିଆରେ କିଛି ନା କିଛି ଭୁଲ ତଥ୍ୟ ପ୍ରକାଶ ପାଉଛି। ଏହା ଦ୍ୱାରା ଅନେକ ସାଧାରଣ ଲୋକ ଭିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି, ଯାହା ଏକ ଅତ୍ୟନ୍ତ ଚିନ୍ତାଜ୍ୱନକ ବିଷୟ। ତେଣୁ ଏହାକୁ ରୋକିବା ପାଇଁ ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି। ପୂର୍ବରୁ ଏନେଇ ଘୋଷଣା କରାଯାଇଥିବା ବେଳେ ଗତକାଲି ଠାରୁ ଅର୍ଥାତ ମାର୍ଚ୍ଚ ୧ ତାରିଖରୁ ଏହି ନିୟମକୁ ଲାଗୁ କରାଯାଇଛି। ଏଣୁ ଏହି ନିୟମ ବିଷୟରେ ଜାଣି ରଖିବା ଦରକାର ନଚେତ କେଉଁ ମୁହୂର୍ତ୍ତରେ ବି ସରକାର ଆପଣଙ୍କ ଉପରେ ଆକ୍ସନ ନେଇ ପାରନ୍ତି।

ସୂଚନା ଥାଉକି, ସୋସିଆଲ ମିଡ଼ିଆରେ ଭୁଲ ତଥ୍ୟ ଦେଲେ ଜୋରିମାନା ଲଗାଯିବ। କାରଣ ନିକଟରେ ଭାରତ ସରକାର ଆଇଟି ନିୟମ ପରିବର୍ତ୍ତନ କରିଛନ୍ତି। ତେବେ X, ଫେସବୁକ୍, ୟୁଟ୍ୟୁବ୍ ଏବଂ ଇନଷ୍ଟାଗ୍ରାମ ପରି ସୋସିଆଲ୍ ମିଡିଆ ଆପ୍ ଗୁଡିକର ନିୟମ ମାନିବାକୁ ପଡିବ। ମାର୍ଚ୍ଚ ଠାରୁ ଭୁଲ ତଥ୍ୟ ସହିତ ସୋସିଆଲ ମିଡିଆରେ ଯଦି କୌଣସି ଖବର ପ୍ରସାରିତ ହୁଏ, ତେବେ ଏଥିପାଇଁ ଜୋରିମାନା ଲାଗୁ କରାଯିବ ବୋଲି କୁହାଯାଇଛି। ଏହା ମାଧ୍ୟମରେ ସୋସିଆଲ ମିଡିଆକୁ ସୁରକ୍ଷିତ କରିବା ପାଇଁ ସରକାର ଏହି ଅଭିନବ ପ୍ରୟାସ ଆପଣାଇଛନ୍ତି।

 

Get real time updates directly on you device, subscribe now.