fbpx

(Video) ପ୍ରଧାନମନ୍ତ୍ରୀଙ୍କ ଲାଗି ଅଣାଯାଇଥିବା ଫୁଲମାଳ ଭିତରକୁ ଆସିବା ପାଇଁ ନୀତିଶ କୁମାରଙ୍କୁ ଏପରି ଡାକିଲେ PM ମୋଦୀ, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ବିହାର ଗସ୍ତରେ ଔରଙ୍ଗାବାଦରେ ପହଞ୍ଚିଥିଲେ। ତାଙ୍କ ସହ ମଞ୍ଚରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ମଧ୍ୟ ଉପସ୍ଥିତ ଥିଲେ। ଏହି ସମୟରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର କହିଛନ୍ତି, “ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିହାର ରାଜ୍ୟକୁ ଆସିଥିବାରୁ ଏହା ବହୁତ ଖୁସିର ବିଷୟ। ମୁଁ ବହୁତ ଖୁସି ଯେ ଆପଣ ସମସ୍ତେ ଏଠାକୁ ଲକ୍ଷ ଲକ୍ଷ ସଂଖ୍ୟାରେ ଆସି ଏହି କାର୍ଯ୍ୟକ୍ରମକୁ ସଫଳ କରିଛନ୍ତି। ମୁଁ ମୋଦୀଙ୍କୁ ମୁଁ ଅଭିନନ୍ଦନ ଜଣାଉଛି। ”

ଏହି ସମଗ୍ର ଘଟଣା ସହ ଜଡିତ ଏକ ଭିଡିଓ ଶନିବାର ଦିନ ନ୍ୟୁଜ୍ ଏଜେନ୍ସି ANI ଦ୍ୱାରା ମଧ୍ୟ ସେୟାର କରାଯାଇଛି। ୨୧ ସେକେଣ୍ଡର କ୍ଲିପ୍‌ରେ ବିହାର ଉପମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ ଏବଂ ବିଜୟ କୁମାର ସିହ୍ନା ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ମଞ୍ଚରେ ଏକ ବଡ଼ ଫୁଲ ହାର ସହିତ ସ୍ୱାଗତ କରିବାକୁ ଯାଉଥିଲେ। ବିଶେଷ କରି ପ୍ରଧାନମନ୍ତ୍ରୀଙ୍କ ପାଇଁ ଏହି ଫୁଲମାଳ ଅଣାଯାଇଥିଲା।

ତେବେ ଏହି ସମୟରେ ପିଏମ ମୋଦୀ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ହାତ ଧରି ତାଙ୍କୁ ଫୁଲମାଳ ଭିତରକୁ ଆସିବାକୁ କହିଥିଲେ। ପ୍ରଥମେ ମୁଖ୍ୟମନ୍ତ୍ରୀ ନୀତୀଶ କିଛି ନ କହି ତାଙ୍କ ସ୍ଥାନରେ ଠିଆ ହୋଇଥିଲେ, କିନ୍ତୁ ପ୍ରଧାମନ୍ତ୍ରୀ ମୋଦୀ କହିବା ପରେ ହଠାତ୍ ହସି ହସି ସେ ଫୁଲମାଳ ଭିତରକୁ ଆସିଥିଲେ।

ଏହି ସମୟରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର କହିଛନ୍ତି, “କେନ୍ଦ୍ର ସରକାର ଅନେକ ଯୋଜନା ଚଳାଉଛନ୍ତି, ଯାହା ଦ୍ରୁତଗତିରେ ବିକାଶ ହେଉଛି। ବର୍ତ୍ତମାନ ଆମେ କୁଆଡେ ଯିବୁ ନାହିଁ, ଆମେ ଏନଡିଏରେ ରହିବୁ। ଏଥର ଏନଡିଏ ୪୦୦ ଟି ସିଟ୍ ଜିତିବ।”

Get real time updates directly on you device, subscribe now.