fbpx
BJD SKY
BJD SKY

ପାଖେଇ ଆସିଲାଣି ନିର୍ବାଚନ: ୧୩ ଜଣ ନେତାଙ୍କୁ ନିଯୁକ୍ତ କଲା ବିଜେଡି

BJD

ଓଡ଼ିଶା ଭାସ୍କର: ଆଉ ଦିନ କେଇଟା ଗଲେ ୨୦୨୪ ସାଧାରଣ ନିର୍ବାଚନ। ଏଣୁ ନିର୍ବାଚନ ପରିଚାଳନା ପ୍ରସ୍ତୁତି ପାଇଁ କେନ୍ଦ୍ରୀୟ ନିର୍ବାଚନ ସଂସ୍ଥାର ଅଧିକାରୀମାନେ ସମସ୍ତ ରାଜ୍ୟ ପରିଦର୍ଶନ କରୁଛନ୍ତି। ସେପଟେ ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ କେନ୍ଦ୍ରରେ କ୍ଷମତାସୀନ ଥିବା ବିଜେପି ଆଜି ପ୍ରଥମ ପର୍ଯ୍ୟାୟରେ ୧୯୫ ଜଣ ଲୋକସଭା ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ତେବେ ଏହାକୁ ନେଇ ଗୋଟିଏ ପଟେ ଜାତୀୟ ରାଜନୀତି ସରଗରମ ରହିଥିବା ବେଳେ ଏଥିରୁ ବାଦ ପଡିନି ରାଜ୍ୟ ରାଜନୀତି। ସମସ୍ତ ଆଞ୍ଚଳିକ ଦଳ ମଧ୍ୟ ନିର୍ବାଚନକୁ ଦୃଷ୍ଟିରେ ରଖି ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି। ଏହି କ୍ରମରେ ସବୁଠୁ ଆଗରେ ରହିଛି ବିଜୁ ଜନତା ଦଳ। କାରଣ ତୃଣମୂଳ ଠାରୁ ଆରମ୍ଭ କରି ରାଜ୍ୟ ଯାଏଁ ସମସ୍ତ ନେତାଙ୍କୁ ବିଭିନ୍ନ ଦାୟିତ୍ୱ ଦେଇ ନିଜର ପ୍ରସ୍ତୁତିକୁ ଜୋରଦାର କରିଛି ବିଜେଡି।

ତେବେ ଆଜି ନୟାଗଡ଼ ଜିଲ୍ଲା ଭାପୁର ବ୍ଲକ ପାଇଁ କିଛି ନେତାଙ୍କୁ ବିଜେଡି ଦାୟିତ୍ୱ ନ୍ୟସ୍ତ କରିଛି। ଶିବ ପ୍ରସାଦ ଷଡ଼ଙ୍ଗୀଙ୍କୁ ଭାପୁର ବ୍ଲକ ସଭାପତି ଭାବେ ନିଯୁକ୍ତ କରିଥିବା ବେଳେ ବେଣୁଧର ପ୍ରଧାନଙ୍କୁ କାର୍ଯ୍ୟକାରୀ ସଭାପତି ଭାବେ ନିଯୁକ୍ତ କରିଛି ବିଜେଡି। ଅପରପକ୍ଷେ ଭରତ କୁମାର ବେହେରାଙ୍କୁ ଉପ-ସଭାପତି ଭାବେ ନିଯୁକ୍ତ କରାଯାଇଥିବା ବେଳେ ମୋଟ ୧୦ଜଣଙ୍କୁ ଉପଦେଷ୍ଟା ଭାବେ ବିଜେଡି ପକ୍ଷରୁ ନିଯୁକ୍ତ କରାଯାଇଛି।

Get real time updates directly on you device, subscribe now.