fbpx

ସକ୍ରିୟ ମୌସୁମୀ ପ୍ରଭାବରେ ରାଜ୍ୟର ଉପକୂଳ ସମେତ ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ଲାଗି ରହିଛି ବର୍ଷା, ଟ୍ୱିନ ସିଟିରେ ଉପୁଜିପାରେ ସହରୀ ବନ୍ୟା ପରିସ୍ଥିତି

Advertisement

ଭୁବନେଶ୍ୱର: ମୌସୁମୀ ନିମ୍ନ ଚାପ ରେଖାର ପୂର୍ବ ଭାଗ ତାର ସାଧାରଣ ଅବସ୍ଥାନର ଦକ୍ଷିଣରେ ରହିଥିବା ବେଳେ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଅଞ୍ଚଳରେ ମୌସୁମୀ ସକ୍ରିୟତା ବୃଦ୍ଧି ହେତୁ ରାଜ୍ୟର ଉପକୂଳ ସମେତ ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ବର୍ଷା ଲାଗି ରହିଛି। ଆଜି ସକାଳ ୮.୩୦ ସୁଧା କଟକ ସହର ରେ ୪୧.୮ ମିମି ରେକର୍ଡ ହୋଇଥିବା ବେଳେ ଭୁବନେଶ୍ୱର ରେ ୧୪.୭ ମିମି ବର୍ଷା ରେକର୍ଡ ବର୍ଷା ହୋଇଛି।

ଆଗାମୀ ୨ ଘଣ୍ଟା ଯାଏଁ ତୀବ୍ର ବୃଷ୍ଟିପାତ ସକାଶେ ଚେତାବନୀ ଦିଆଯାଇଛି। ଟ୍ୱିନ ସିଟି ଭୁବନେଶ୍ୱର ଏବଂ କଟକରେ ତୀବ୍ର (୧ ରୁ ୨ ସେମି ଘଣ୍ଟା ପ୍ରତି) ରୁ ଅତି ତୀବ୍ର (୨ ରୁ ୩ ସେମି) ବୃଷ୍ଟିପାତ ଲାଗିରହିଥିବାରୁ ଟ୍ରାଫିକ ଜନିତ ସମସ୍ୟା ଉପୁଜିବାର ସମ୍ଭାବନା ରହିଛି। ତଳିଆ ଅଞ୍ଚଳରେ ପାଣି ଜମିବା ତଥା ଅଣ୍ଡରପାସ ରୋଡ଼ ରେ ପାଣିଜମିବା ସମ୍ଭାବନା ରହୁଥିବାରୁ ଆବଶ୍ୟକ ନଥିଲେ ଯାତାୟାତରୁ ନିବୃତ ରହିବାକୁ ପରିବାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ତେବେ କଟକ ଏବଂ ଭୁବନେଶ୍ୱରରେ ଲଗାଣ ବର୍ଷା ପ୍ରଭାବରେ ଟ୍ୱିନ ସିଟି ରେ ଉପୁଜିପାରେ ସହରୀ ବନ୍ୟା ପରିସ୍ଥିତି ହେବାର ସମ୍ଭାବନା ରହିଛି।

ଅନ୍ୟପଟେ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଅଞ୍ଚଳରେ ଆସନ୍ତାକାଲି ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଫଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଏହାର ପ୍ରଭାବରେ ରାଜ୍ୟରେ ବର୍ଷାର ପରିମାଣ ବୃଦ୍ଧି ପାଇବ ଏବଂ ସୋମବାର ଆଡ଼କୁ ସବୁ ଅଞ୍ଚଳରେ ବର୍ଷା ହେବାର ସମ୍ଭାବନା ରହିଛି । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ୧୪ଟି ଜିଲ୍ଲାରେ ପ୍ରବଳ ବର୍ଷା ହେବା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

ଆଜି ସକାଳ ୮.୩୦ ସୁଦ୍ଧା ପାରାଦୀପରେ ୧୦୫ ମିମି, ପୁରୀରେ ୮୬.୬ ମିମି, ଢେଙ୍କାନାଳ: ୭୦ ମିମି, ନୟାଗଡ: ୪୩.୧ ମିମି, କେନ୍ଦ୍ରାପଡା: ୨୨.୪ ମିମି, ଭୁବନେଶ୍ୱର: ୧୪.୭ ମିମି, ଗୋପାଳପୁର: ୨.୧ ମିମି, ଚାନ୍ଦବାଲି : ୧୧.୯ ମିମି, ବାଲେଶ୍ୱର: ୧୦.୨ ମିମି ବର୍ଷା ହୋଇଛି।

Get real time updates directly on you device, subscribe now.