fbpx

ଅଭିନେତା ବ୍ରହ୍ମା ମିଶ୍ରାଙ୍କ ପରଲୋକ; ମିର୍ଜାପୁର ରେ ‘ଲଳିତ’ ଭୂମିକାରେ ଅଭିନୟ କରି ଜିତିଥିଲେ ହୃଦୟ

ମୁମ୍ବାଇ: ଲୋକପ୍ରିୟ ୱେବ୍ ସିରିଜ ‘ମିର୍ଜାପୁର’ରେ ଲଳିତ ଭୂମିକାରେ ଅଭିନୟ କରି ଦର୍ଶକଙ୍କ ମନ ଜିଣିଥିବା ଅଭିନେତା ବ୍ରହ୍ମା ମିଶ୍ରାଙ୍କ ଦେହାନ୍ତ । ବ୍ରହ୍ମାଙ୍କ ମୃତ୍ୟୁର ଖବର ‘ମିର୍ଜାପୁର’ରେ ମୁନ୍ନା ତ୍ରିପାଠୀ ଭୂମିକା ତୁଲାଇଥିବା ଅଭିନେତା ଦିବ୍ୟେନ୍ଦୁ ସୋସିଆଲ ମିଡିଆରେ ସେୟାର କରି ସୂଚନା ଦେଇଛନ୍ତି । ତାଙ୍କର ମୃତ୍ୟୁରେ ସେଲିବ୍ରିଟିଙ୍କ ସହ ଫ୍ୟାନମାନେ ମଧ୍ୟ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ତେବେ ତାଙ୍କର ମୃତ୍ୟୁର କାରଣ ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ ।

ଉଲ୍ଲେଖଯୋଗ୍ୟ, ଲୋକପ୍ରିୟ ୱେବ ସିରିଜ ମିର୍ଜାପୁରରେ ଲଳିତ ଭୂମିକାରେ ନଜର ଆସିଥିଲେ ବ୍ରହ୍ମା ମିଶ୍ରା । ଆଉ ତାଙ୍କର ଅଭିନୟକୁ ବେଶ୍ ପସନ୍ଦ ମଧ୍ୟ କରିଥିଲେ ଦର୍ଶକ । ଏମିତିକି ତାଙ୍କର ମିମ୍ସ ମଧ୍ୟ ଭାଇରାଲ ହୋଇଥିଲା ।

ବ୍ରହ୍ମା ମିଶ୍ରା ମଧ୍ୟ ପ୍ରଦେଶ ରାୟସେନର ନିବାସୀ ଥିଲେ । ମିର୍ଜାପୁର ସହ କେଶରୀ, ହସୀନ ଦିଲରୁବା, ମାଞ୍ଝୀ, ବଦ୍ରିନାଥ କି ଦୁହ୍ଲନିଆ ଫିଲ୍ମ ଏବଂ ୱେବ ସିରିଜରେ କାମ କରିଥିଲେ । ବ୍ରହ୍ମା ୨୦୧୩ରେ ‘ଚୋର ଚୋର ସୁପର ଚୋର’ ରେ ବଲିଉଡରେ ଡେବ୍ୟୁ କରିଥିଲେ ।

Get real time updates directly on you device, subscribe now.