ଦାଣ୍ଡରେ ପଡି ହାଟରେ ଗଡିଲା ଅଭିନେତା କଳି! ଡିସିପି ଅଫିସ ଆଗରେ ମନୋଜ ମିଶ୍ର ଓ ବବି ଇସଲାମ ହାତାହାତି

ଭୁବନେଶ୍ବର: ଡିସିପି ଅଫିସ ସାମ୍ନାରେ ଅଭିନେକା କଳି । ମନୋଜ ମିଶ୍ର ଏବଂ ବବି ଇସଲାମଙ୍କ ମଧ୍ୟରେ ହାତାହାତି ହୋଇଥିବା ଖବର ସାମ୍ନାକୁ ଆସିଛି । ଡିସିପି ଅଫିସ ସାମ୍ନାରେ ପରିସ୍ଥିତି ଅଣାୟତ୍ତ ହୋଇଛି । ତେବେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁହିଁଙ୍କୁ କାବୁ କରିଥିଲେ । ପୋଲିସ କମିଶନର ଅଫିସରେ ପହଞ୍ଚିଥିଲେ ଉଭୟ ପକ୍ଷ । ଏକ ଫିଲ୍ମର ଟାଇଟେଲକୁ ନେଇ ଉଭୟଙ୍କୁ ଥାନାକୁ ଡକାଯାଇଥିଲା । ଏହି ପରିସ୍ଥିତିରେ ଉଭୟଙ୍କ ମଧ୍ୟରେ ହାତାହାତି ପରିସ୍ଥିତି ହୋଇଛି ।

କଥା କଟାକଟିରୁ ଉଭୟଙ୍କ ମଧ୍ୟରେ ଏଭଳି ସ୍ଥିତି ଉପୁଜିଥିବା ଜଣାପଡିଛି । କେବେ ମନୋଜ ମିଶ୍ରଙ୍କୁ ପୋଲିସ ଅଟକାଉଥିବା ଚିତ୍ର ମଧ୍ୟ ସାମ୍ନାକୁ ଆସିଛି । ସୂଚନା ଅନୁସାରେ, ରାଣ୍ଡି ପୁଅ ଅନନ୍ତା ଫିଲ୍ମର ଟାଇଟେଲକୁ ନେଇ ପ୍ରଶ୍ନ ଉଠାଇଥିଲେ ମନୋଜ ମିଶ୍ର । ଏଭଳି ଟାଇଟେଲ କାହିଁକି ରଖାଯାଇଥିଲା ତାକୁ ନେଇ ସେ ପ୍ରଶ୍ନ କରିଥିଲେ। ଏହାକୁ ନେଇ ବବି ଏବଂ ମନୋଜଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା । ଏହି ମାମଲା ଥାନାରେ ପହଞ୍ଚିଥିଲା  ଏବଂ ପୋଲିସ ମନୋଜ ମିଶ୍ରଙ୍କୁ ଥାନାକୁ ଡକାଇଥିଲେ ସେ ଉପସ୍ଥିତ ହୋଇନଥିଲେ । ତେବେ ଆଜି ଦୁହେଁ ଡିସିପି ଅଫିସରୁ ଫେରିବା ବେଳେ ପ୍ରଥମେ କମେଣ୍ଟ ମରାମରି ହୋଇଥିଲେ । ଏହାପରେ କଥା ହାତାହାତି ଉପରକୁ ଯାଇଥିଲା ।

ଏହି ଘଟଣାକୁ ନେଇ ଦୁହିଁଙ୍କୁ ସିପି ଅଫିସକୁ ଡକାଯାଇ ସମାଧାନ କରିବା ପାଇଁ ଚେଷ୍ଟା କରାଯାଉଛି । ଏହି ଘଟଣାକୁ ନେଇ ମନୋଜ ମିଶ୍ର କ୍ଷମା ମାଗିଛନ୍ତି ବୋଲି ବବି ଇସଲାମ୍ କହିଛନ୍ତି । କିନ୍ତୁ ସେ ଓଡିଆ ସିନେମା ଜଗତକୁ କ୍ଷମା ମାଗନ୍ତୁ ବୋଲି କହିଛନ୍ତି । ଅନ୍ୟପଟେ ଫିଲ୍ମରେ ରାଣ୍ଡି ଶବ୍ଦକୁ ବରଦାସ୍ତ କରାଯିବ ନାହିଁ ବୋଲି ଅଭିନେତା ମନୋଜ ମିଶ୍ର ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି । ଯଦି ଫିଲ୍ମରେ ଏହି ଟାଇଟେଲ ରହିବ ତାହାଲେ ଆଗାମୀ ଦିନରେ ଓଡିଶାବାସୀ ମଧ୍ୟ ଏହାକୁ ବିରୋଧ କରିବା ନେଇ ସେ କହିଛନ୍ତି ।