fbpx

ଆର୍ଥିକ ସଙ୍କଟରେ ପଡ଼ି ‘ହନୁମାନ’ ବିକିଲେ ୨୨ ଲକ୍ଷର ବାଇକ୍

ଭୁବନେଶ୍ୱର: ସମଗ୍ର ବିଶ୍ୱରେ କରୋନା ଭାଇରସ ବ୍ୟାପିଛି । ଏହି ମହାମାରୀ ଲୋକଙ୍କୁ ନାହିଁ ନଥିବା ଦୁଃଖ ଦେଇଛି । ଲକଡାଉନ୍ ଯୋଗୁଁ ଲୋକଙ୍କର ଚାକିରି ଚାଲିଗଲା, ଯେଉଁ କାରଣରୁ ଅନେକ ରୋଜଗାର ହରାଇଛନ୍ତି । କୌଣସି ବି କ୍ଷେତ୍ର ଏଥିରୁ ବାଦ୍ ପଡ଼ିନି । ଟିଭି ଇଣ୍ଡଷ୍ଟ୍ରୀର ଅନେକ କଳାକାର ମଧ୍ୟ ଦୁଃଖ ଦୁର୍ଦ୍ଦଶା ଭୋଗୁଛନ୍ତି । ଲକଡାଉନ୍ ଯୋଗୁଁ ସିରିଏଲର ଶୁଟିଂ ବନ୍ଦ ହୋଇଯାଇଛି । ଅନେକ ପ୍ରଡକ୍ସନ ସଂସ୍ଥା ମଧ୍ୟ ନିରୁପାୟ । ଫଳରେ ଅନେକ କଳାକାରଙ୍କ ହାତ ଖାଲି ହୋଇଯାଇଛି । ଏଭଳି ସ୍ଥିତିରେ ଟିଭି ପରଦାରେ ହନୁମାନ ଭୂମିକାରେ ନଜର ଆସୁଥିବା ନିର୍ଭୟ ୱାଧୱା ଗତ ଦେଢ଼ ବର୍ଷ ହେବ ରୋଜଗାର ହରାଇ ବସିଛନ୍ତି । ଏହି ଲକଡାଉନ୍ରେ କୌଣସି କାମ ନମିଳିବାରୁ ତାଙ୍କୁ ବହୁ ଆର୍ଥିକ ସଙ୍କଟର ସାମ୍ନା କରିବାକୁ ପଡ଼ିଛି । ଏପରିକି ବଞ୍ଚିବା ପାଇଁ ତାଙ୍କୁ ନିଜ ପସନ୍ଦର ବାଇକ୍ ବିକ୍ରି କରିବାକୁ ପଡ଼ିଛି ।

Nirbhay Wadhwa #OdishaBhaskar

ନିର୍ଭୟ କହିଛନ୍ତି ଯେ ସେ ପ୍ରାୟ ଦେଢ଼ବର୍ଷ ଧରି ଘରେ ବସିଛନ୍ତି । ଯେଉଁଥି ପାଇଁ ତାଙ୍କର ସମସ୍ତ ସଞ୍ଚୟ ସରିଯାଇଛି । ତାଙ୍କ ହାତରେ କିଛି କାମ ନଥିଲା । ଏହା ସହ ଲାଇଭ ଶୋ’ ମଧ୍ୟ ହେଉନଥିଲା । ତାଙ୍କରକିଛି ପେମେଣ୍ଟ ମଧ୍ୟ ବାକି ଥିଲା ଯାହା ତାଙ୍କୁ ମିଳିନଥିଲା । ସେ ଆହୁରି କହିଛନ୍ତି ଯେ ତାଙ୍କୁ ଆଡଭେଞ୍ଚର ବହୁତ ପସନ୍ଦ । ଏଭଳି ପରିସ୍ଥିତିରେ ସେ କରୋନା ପୂର୍ବରୁ ଏକ ସୁପର ବାଇକ ନେଇଥିଲେ । କିନ୍ତୁ ପରିସ୍ଥିତି ଏପରି ଥିଲା ଯେ ସେ ବାଧ୍ୟ୍ୟ ହୋଇ ବାଇକ୍ଟିକୁ ବିକ୍ରି କରିବାକୁ ପଡିଲା । ନିର୍ଭୟ ଏହା ମଧ୍ୟ କହିଛନ୍ତି ବାଇକ୍ଟି ତାଙ୍କ ଜନ୍ମ ସ୍ଥାନ ଜୟପୁରରେ ଥଲା । କିନ୍ତୁ ତାଙ୍କ ପାଇଁ ଏହି ବାଇକ୍ଟି ବିକ୍ରି କରିବା ସହଜ ନଥିଲା ହେଲେ ନିଜର ଖର୍ଚ୍ଚ ଉଠାଇବା ପାଇଁ ବାଇକକୁ ବିକିବାକୁ ନିଷ୍ପତ୍ତି ନେଇଥିଲେ । ବାଇକ୍କୁ ସେ ୨୨ ଲକ୍ଷ ଟଙ୍କାରେ କିଣିଥିଲେ । ଏଥିପାଇଁ ବାଇକ୍ ବିକ୍ରି ପାଇଁ ଗ୍ରାହକ ମିଳିନଥିଲେ । ଫଳରେ ସେ କମ୍ପାନିକୁ ୯ ଲକ୍ଷରେ ବିକି ଦେଇଥିଲେ । ବର୍ତ୍ତମାନ ସମୟରେ ଅନେକ ଲୋକ କଠିନ ସମୟ ଦେଇ ଗତିକରୁଛନ୍ତି । ହେଲେ ମୁଁ କେବେ ବି ଆଶା ହରାଇ ନାହିଁ କହିଛନ୍ତି ନିର୍ଭୟ ।

Get real time updates directly on you device, subscribe now.