fbpx
BSKY
BJD SHG SKY
BJD MC SKY

BJP ଛାଡ଼ିଲେ ଫିଲ୍ମ ଅଭିନେତା ରାମସିଂମହନ ଅବୁବକର: ୨୦୨୧ରେ ଇସଲାମ ଧର୍ମ ତ୍ୟାଗ କରିଥିଲେ

ନୂଆଦିଲ୍ଲୀ: ରାଜନୀତି ଜଗତରୁ ଆସିଛି ଏକ ବଡ଼ ଖବର । ଜଣାଶୁଣା ମାଲୟାଲମ୍ ଫିଲ୍ମ ନିର୍ମାତା ତଥା ରାଜନେତା ରାମସିମହନ ଅବୁବକର ବିଜେପି ଛାଡ଼ିଛନ୍ତି । ଏକ ଫେସବୁକ ପୋଷ୍ଟ ଶେୟାର କରି ରାମସିମହନ ଏନେଇ ସୂଚନା ଦେଇଛନ୍ତି । ଗତ ୨୦୨୧ ମସିହା ଡିସେମ୍ବର ମାସରେ ରାମସିମହନ ଇସଲାମ ଧର୍ମ ତ୍ୟାଗ କରିଥିଲେ । ଏଥିସହିତ ସେ ଅଲୀ ଅକବରରୁ ନାମ ରାମସିମହନ ଅବୁବକରକୁ ନିଜର ନାମ ପରିବର୍ତ୍ତନ କରିଥିଲେ ।

ପୂର୍ବରୁ ରାମସିମହନ ବିଜେପିର ରାଜ୍ୟ କମିଟିର ସଦସ୍ୟ ରହିଥିଲେ । ମାତ୍ର ୨୦୨୧ରେ ସେ ସମସ୍ତ ସଂଗଠନରୁ ଦାୟିତ୍ୱ ତ୍ୟାଗ କରିଦେଇଥିଲେ । ସେ ନିଜର ଫେସବୁକ ପୋଷ୍ଟରେ ସେ ଲେଖିଛନ୍ତି ‘ଏବେ ମୁଁ ସବୁଥିରୁ ମୁକ୍ତ, କେବଳ ଧର୍ମ ସହିତ ।’ କେରଳରେ ଗତ ଦୁଇ ସପ୍ତାହ ମଧ୍ୟରେ ଫିଲ୍ମ ଜଗତ ସହିତ ଜଡ଼ିତ ୩ ଜଣ ରାଜନେତା ବିଜେଡି ଛାଡ଼ିଛନ୍ତି । ଏହା ପୂର୍ବରୁ ମାଲୟାଲମ୍ ଫିଲ୍ମ ନିର୍ଦ୍ଦେଶକ ରାଜାସେନନ ଓ ଅଭିନେତା ଭୀମନ ରଘୁ ମଧ୍ୟ ଦଳ ଛାଡ଼ିଥିଲେ ।

ସେ କିଛିଦିନ ପୂର୍ବରୁ ଦଳରୁ ଇସ୍ତଫା ଦେଇ ସାରିଥିବା ବେଳେ ଏବେ ତାହା ସାର୍ବଜନିନ ହେଲା ବୋଲି ରାମସିମହନ ଆଜି ପୋଷ୍ଟରେ କହିଥିଲେ । ଯଦି ଧର୍ମର ମାର୍ଗରେ ଚାଲିବାକୁ ପଡ଼ିବ ତେବେ ସେଥିପାଇଁ କୌଣସି ପ୍ରତିବନ୍ଧକ ରହିବା ଅନୁଚିତ । ସେଥିପାଇଁ ସେ ବନ୍ଧନ ଭାଙ୍ଗି ଦେଇଥଲେ ବୋଲି କହିଥିଲେ । ବିଜେପି ସହିତ କାମ କଲେ କୌଣସି ସମ୍ପ୍ରଦାୟର ପରିବାର ବା ନିଜ ସମ୍ପ୍ରଦାୟଙ୍କୁ ବିଭିନ୍ନ ପ୍ରକାରର ନିର୍ଯାତନାର ସାମ୍ନା କରିବାକୁ ପଡ଼ୁଛି । ଏହା ସାଧାରଣ ଲୋକଙ୍କ ପାଇଁ ବୁଝିବା ମୁସ୍କିଲ ବୋଲି ସେ କହିଥିଲେ ।

Get real time updates directly on you device, subscribe now.