fbpx

ଏହି ବଲିଉଡ୍ ଅଭିନେତାଙ୍କ ମା’ କରୋନା ପଜିଟିଭ୍

ବଲିଉଡ୍ ଅଭିନେତା ସତ୍ୟଜିତ୍ ଦୁବେଙ୍କ ମା କରୋନା ଭାଇରସର ଶିକାର ହୋଇଛନ୍ତି । ମା’ଙ୍କ ରିପୋର୍ଟ ପଜିଟିଭ୍ ଆସିବା ନେଇ ସତ୍ୟଜିତ୍ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି । ସତ୍ୟଜିତ୍ ନିଜ ଇଷ୍ଟାଗ୍ରାମ ଆକାଉଣ୍ଟରେ କହିଛନ୍ତି ଯେ, ‘ଗତ କିଛି ଦିନ ମା’, ଭଉଣୀ ଓ ମୋ ପାଇଁ ବହୁ କଷ୍ଟସାଧ୍ୟ ସାବସ୍ତ୍ୟ ହୋଇଛି । କିଛି ଦିନ ପୂର୍ବରୁ ମା’ଙ୍କ ସ୍ୱାସ୍ଥ୍ୟ ବିଗିଡିଯାଇଥିଲା । ତାଙ୍କୁ ଜ୍ୱର ସହିତ ଯନ୍ତ୍ରଣା ଅନୁଭୂତ ହେଉଥିଲା । ମେଡିକାଲରେ ନମୁନା ପରୀକ୍ଷା ପରେ ରିପୋର୍ଟ କରୋନା ପଜିଟିଭ୍ ଆସିଛି । କିନ୍ତୁ ଭଊଣୀ ଓ ମୋଠାରେ କୌଣସି ଲକ୍ଷଣ ଦେଖାଯାଇ ନାହିଁ । ’ ତେବେ ମା’ଙ୍କୁ ନାନାବତୀ ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ଭଉଣୀ ସହ ସେ ଆଇସୋଲେସନରେ ଥିବା ସତ୍ୟଜିତ କହିଛନ୍ତି ।

Get real time updates directly on you device, subscribe now.