fbpx

ଇନଷ୍ଟାଗ୍ରାମରେ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ଅଭିନେତ୍ରୀ ନୋରା ଫତେହି : କାରଣ ଜାଣିଲେ ଆପଣ ବି ହେବେ ଇମୋସନାଲ

ମୁମ୍ବାଇ : ମରକ୍କୋର ମୂଳ ବାସୀନ୍ଦା ହେଉଛନ୍ତି ଅଭିନେତ୍ରୀ ନୋରା ଫତେହି । ସେଠାରେ ଭୂକମ୍ପ ହେବା ପରେ ଅନେକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ କ୍ଷୟକ୍ଷତି ହୋଇଛି । ମରକ୍କୋରେ ହୋଇଥିବା ଭୂକମ୍ପ କାରଣରୁ ୨୦୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି । ଏଠାରେ ହୋଇଥିବା ଭୂକମ୍ପର ତୀବ୍ରତା ୬.୮ ଥିଲା । ଏହି ଘଟଣାରେ ପ୍ରଧାନମନ୍ତ୍ରୀ ଏକ୍ସରେ ଦୁଃଖ ପ୍ରକାଶ କରିଥିଲେ ଏବଂ ମରକ୍କୋ ପାଇଁ ସମ୍ଭାବ୍ୟ ସାହାଯ୍ୟ ଘୋଷଣା କରିଥିଲେ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ୍ସରେ ଲେଖିଥିଲେ “ମରକ୍କୋରେ ହୋଇଥିବା ଭୂକମ୍ପ ଦ୍ୱାରା ଅନେକ ଲୋକଙ୍କ ମୃତ୍ୟୁ ଖବର ଶୁଣିବା ପରେ ମୁଁ ଦୁଃଖିତ, ସେମାନଙ୍କ ପ୍ରତି ମୁଁ ଅଧିକ ସମ୍ବେଦନଶିଳ ଯେଉଁମାନେ ନିଜ ଆତ୍ମୀୟମାନଙ୍କୁ ଏହି ଘଟଣାରେ ହରାଇଛନ୍ତି । ତେବେ ଏହି ବିପଦ ସମୟରେ ଆମେ ସବୁ ପ୍ରକାର ସହାୟତା କରିବାକୁ ପ୍ରସ୍ତୁତ ଅଛୁ ।”

ନୋରାଫତେହି ଇନଷ୍ଟାଗ୍ରାମରେ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇ ଲେଖିଛନ୍ତି “ଏହି ବଡ ସମର୍ଥନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଧନ୍ୟବାଦ । ଆପଣ ହେଉଛନ୍ତି ପ୍ରଥମ ବ୍ୟକ୍ତି ଯିଏ ସାହାଯ୍ୟ ପାଇଁ ହାତ ଆଗକୁ ବଢାଇଛନ୍ତି । ମରକ୍କୋ ଲୋକମାନେ ସେଥିପାଇଁ ଆପଣଙ୍କ ନିକଟରେ ଋଣି । ଜୟ ହିନ୍ଦ ।” ନୋରା ଫତେହି ପ୍ରଥମ ଥର ଏକ ସ୍ପୋର୍ଡସ ଆକ୍ସନ ଫିଲ୍ମ ‘କ୍ରାକ’ରେ କାମ କରିଥିଲେ । ଏହି ଫିଲ୍ମରେ ସେ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ।

Get real time updates directly on you device, subscribe now.