fbpx

(video)ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରଶଂସାରେ ଶତମୁଖ ଜର୍ଜିଆ ମେଲୋନୀ, ସୋସିଆଲ ମିଡିଆରେ ଭିଡିଓ ଓ ମିମ୍ସ ହେଉଛି ଭାଇରାଲ

ନୂଆଦିଲ୍ଲୀ: ଜି ୨୦ ଶିଖର ସମ୍ମିଳନୀ ଭାରତରେ ସଫଳତା ପୂର୍ବକ ସମାପ୍ତ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବ୍ରାଜିଲକୁ ଜି୨୦ର ଆଗାମୀ ଅଧ୍ୟକ୍ଷତା ଭାର ଅର୍ପଣ କରିଛନ୍ତି । ତେବେ ଏହି ଶିଖର ସମ୍ମିଳନୀରେ ଯୋଗ ଦେବା ଲାଗି ଭାରତ ଆସିଥିବା ଜି୨୦ ରାଷ୍ଟ୍ରର ମୁଖ୍ୟମାନଙ୍କ ମଧ୍ୟରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଓ ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରୋନ ବି ସାମିଲ ଥିଲେ । କିନ୍ତୁ ଏମାନଙ୍କ ମଧ୍ୟରୁ ଇଟାଲୀର ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନୀଙ୍କୁ ନେଇ ଏବେ ସୋସିଆଲ ମିଡିଆରେ ଖୁବ୍ ଚର୍ଚ୍ଚା ହେଉଛି । ଲୋକମାନଙ୍କୁ ଜର୍ଜିଆଙ୍କ ସୁନ୍ଦରତା ଓ ସରଳତା ବେଶ୍ ଆକର୍ଷିତ କରିଛି ।

ଏହା ବ୍ୟତିତ ମେଲୋନୀଙ୍କର ଭାରତ ପ୍ରତି ଭଲପାଇବାକୁ ଦେଖି ଲୋକମାନେ ତାଙ୍କ ପ୍ରଶଂସାରେ ଶତମୁଖ ହୋଇପଡିଛନ୍ତି । ସୋସିଆଲ ମିଡିଆରେ ତାଙ୍କର ବହୁ ଭିଡିଓ ଓ ମିମ୍ସ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ସେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ହାତ ମିଳାଉଥିବାର ଓ କଥା ହେଉଥିବାର ନଜର ଆସୁଛନ୍ତି । ଏକ ଭିଡିଓରେ ସେ ପ୍ରଧାନମନ୍ତ୍ରୀ ମୋଦୀଙ୍କର ପ୍ରଶଂସା କରୁଥିବାର ବି ନଜର ଆସୁଛନ୍ତି ଯାହା ଏବେ ସୋସିଆଲ ମିଡିଆରେ ଅଧିକ ସେୟାର କରାଯାଉଛି ।

ସେ କହୁଛନ୍ତି ଆମ ସରକାର ଭାରତ ସହ ସମ୍ବନ୍ଧକୁ ଆହୁରି ଆଗକୁ ବଢାଇବେ । ଆହୁରି କହିଛନ୍ତି ଆମେ ମିଳିତ ଭାବରେ ବହୁତ କିଛି କରିପାରିବୁ । ମେଲୋନୀ କହିଛନ୍ତି ମୋତେ ଅନୁଭବ ହେଉଛି ମୋଦିଜୀ ସାରା ବିଶ୍ୱରେ ସବୁଠାରୁ ପସନ୍ଦଯୋଗ୍ୟ ବ୍ୟକ୍ତିତ୍ୱ ।

ମେଲୋନୀ ଦେଖିବାକୁ ଯେପରି ସୁନ୍ଦର ତାଙ୍କର ଲୋକପ୍ରିୟତା ବି ସେହିପରି ଶୀର୍ଷରେ ରହିଛି । ବହୁତ କମ୍ ବୟସରେ ସେ ଇଟାଲୀର ଜନତାଙ୍କ ପ୍ରିୟଭାଜନ ହୋଇପାରିଥିଲେ । ସେ ଇଟାଲୀର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ଅଟନ୍ତି । ସେ ଜଣେ କଟ୍ଟର ଦକ୍ଷିଣପନ୍ଥୀ ନେତ୍ରୀ । ଗତ ବର୍ଷ ସେ ନିର୍ବାଚନ ଜିତି ଇତିିହାସ ରଚିଥିଲେ ।

Get real time updates directly on you device, subscribe now.