fbpx

ପ୍ରଥମ ଚଳଚ୍ଚିତ୍ରରେ ନିରୀହ ଦେଖାଯାଉଥିଲେ, ତା’ପରେ ଏହି ଫିଲ୍ମ କରି ବୋଲ୍ଡ ହୋଇଥିଲେ ଅଭିନେତ୍ରୀ ଅନୁପମା

Advertisement

ମୁମ୍ବାଇ: ୨୦୧୫ରେ ସିନେ ଜଗତରେ ଗ୍ରାଣ୍ଡ ଏଣ୍ଟ୍ରି କରିଥିଲେ ୨୭ ବର୍ଷ ବୟସ୍କା ଅଭିନେତ୍ରୀ ଅନୁପମା ପରମେଶ୍ୱରନ୍। କାରଣ ସେହିବର୍ଷ ତାଙ୍କ ଅଭିନୀତ ଫିଲ୍ମ ‘ପ୍ରେମମ୍’ ରିଲିଜ୍ ହୋଇଥିଲା। ପ୍ରଥମକରି ସେ ଏହି ଫିଲ୍ମରେ ବହୁତ ନିରୀହ ଦେଖାଯାଉଥିଲେ ଏବଂ ତାଙ୍କର ସୌନ୍ଦର୍ୟ୍ୟତା ସମସ୍ତଙ୍କୁ ବେଶ ଆକୃଷ୍ଟ କରିଥିଲା। ଯାହାକୁ ନେଇ ଦର୍ଶକ ମାନେ ତାଙ୍କୁ ବେଶ ଭଲ ପାଇବା ଦେଇଥିଲେ। କିନ୍ତୁ ବର୍ତ୍ତମାନ ଅଭିନେତ୍ରୀ ଅନୁପମା ବହୁତ ପରିବର୍ତ୍ତନ କରିଛନ୍ତି ଏବଂ ସମୟ ସହିତ ନିଜକୁ ଅପଡେଟ୍ କରିଛନ୍ତି।

ତେବେ ଅନୁପମା ଅନେକ ଫିଲ୍ମରେ ତାଙ୍କର ପ୍ରାକୃତିକ ଅଭିନୟ ପାଇଁ ବହୁ ପ୍ରଶଂସା ଲାଭ କରିଥିଲେ। କିନ୍ତୁ ଯେତେବେଳେ ସେ ୨୦୨୧ ରେ ତାଙ୍କ Rowdy Boys ଫିଲ୍ମରେ ସାମ୍ନାକୁ ଆସିଥିଲେ, ଲୋକେ ତାଙ୍କ ବିଷୟରେ ବିଭିନ୍ନ କଥାବାର୍ତ୍ତା କରିବା ଆରମ୍ଭ କରିଦେଇଥିଲେ। ବାସ୍ତବରେ, ଏହି ଚଳଚ୍ଚିତ୍ରରେ ସେ ତାଙ୍କର ଚୁମ୍ବନ ମୁହୂର୍ତ୍ତକୁ ନେଇ ବେଶୀ ଚର୍ଚ୍ଚାକୁ ଆସିଥିଲେ। ତେବେ ଫିଲ୍ମ Rowdy Boys ଅନେକ କାରଣରୁ ଚର୍ଚ୍ଚାରେ ଥିଲା। କିନ୍ତୁ ସେଥିମଧ୍ୟରୁ ଗୋଟିଏ ହେଲା ମୁଖ୍ୟ ଚରିତ୍ରମାନଙ୍କ ମଧ୍ୟରେ ବୋଲ୍ଡ ଦୃଶ୍ୟ। ଅନୁପମା Rowdy Boysରେ ଅଭିନେତା ଆଶିଷ ରେଡ୍ଡୀଙ୍କ ସହ ତାଙ୍କ ଚୁମ୍ବନ ଦୃଶ୍ୟକୁ ନେଇ ଶିରୋନାମା ପାଲଟିଥିଲେ। ଅନେକ ଦର୍ଶକ ଏହି ଚୁମ୍ବନ ଦୃଶ୍ୟକୁ ନେଇ ତାଙ୍କ ଉପରେ କ୍ରୋଧିତ ହୋଇଥିଲେ। ସେହିପରି ଅଭିନେତ୍ରୀ ଅନୁପମାଙ୍କ ନିରୀହ ଚେହେରା ଭିତରେ ଏହି ରୋମାଣ୍ଟିକ ମୁହୂର୍ତ୍ତକୁ ଦର୍ଶକ ବହୁତ ପସନ୍ଦ କରିଥିଲେ।

ଏହା ମଧ୍ୟ ଶୁଣିବାକୁ ମିଳିଥିଲା ​​ଯେ ପ୍ରଥମେ ଅନୁପମା ଚୁମ୍ବନ ଦୃଶ୍ୟ କରିବାକୁ ନାରାଜ ଥିଲେ। ଆଉ ବାରମ୍ବାର ମନା କରିବା ପରେ ବିପୁଳ ପରିମାଣର ବଜେଟ ପାଇ ଶେଷରେ ସେ ରାଜି ହୋଇଥିଲେ। ଖବର ଅନୁଯାୟୀ ଅନୁପମାଙ୍କୁ ଏହି ଫିଲ୍ମରେ ହିରୋଇନ୍ ଭୂମିକାରେ ଅଭିନୟ କରିବାକୁ ୫୦ ଲକ୍ଷ ଟଙ୍କା ଦିଆଯାଇଥିଲା। ଏହା ମଧ୍ୟ କୁହାଯାଉଛି ଯେ ଅନୁପମା କେବଳ ଫିଲ୍ମରେ ବୋଲ୍ଡ ଦୃଶ୍ୟ ପାଇଁ ବିପୁଳ ପରିମାଣର ଚାର୍ଜ କରିଥିଲେ। Rowdy Boys ପୂର୍ବରୁ ଅନୁପମା ପ୍ରାୟତଃ ପାରିବାରିକ ଫିଲ୍ମ କରିଥିଲେ। କିନ୍ତୁ ପରେ ସେ ପରିବର୍ତ୍ତିତ ସମୟ ସହିତ ନିଜକୁ ପରିବର୍ତ୍ତନ କରିଥିଲେ। ବର୍ତ୍ତମାନ ଅଭିନେତ୍ରୀ ଇନଷ୍ଟାଗ୍ରାମରେ ବହୁତ ବୋଲ୍ଡ ଫଟୋ ସେୟାର କରିଛନ୍ତି। କିନ୍ତୁ ପ୍ରଶଂସକମାନେ ତାଙ୍କ ପ୍ରାକୃତିକ ସୌନ୍ଦର୍ୟ୍ୟକୁ ବେଶୀ ପସନ୍ଦ କରନ୍ତି।

Get real time updates directly on you device, subscribe now.