fbpx

କମ୍ ପାଣି ପିଉଥିଲେ ଶୀଘ୍ର ହେବ ମୃତ୍ୟୁ ! ନୂଆ ରିସର୍ଚ୍ଚରୁ ଖୁଲାସା

ଜଳ ହିଁ ଜୀବନ । ଏହା ତ ସମସ୍ତଙ୍କୁ ଜଣା, କିନ୍ତୁ ଏହି ତିନୋଟି ଶବ୍ଦର ଗମ୍ଭୀରତା ବିଷୟରେ ଖୁବ୍ କମ୍ ଲୋକ ଜାଣିଥିବେ । ଯଦି ବିଜ୍ଞାନକୁ ବିଶ୍ୱାସ କରାଯାଏ, ତେବେ କମ୍ ପାଣି ପିଉଥିବା ଲୋକମାନଙ୍କୁ ଅନେକ ଗୁରୁତର ରୋଗ ହେବାର ଆଶଙ୍କା ରହିଥାଏ । ୨୫ ବର୍ଷ ଧରି ଚାଲିଥିବା ଏକ ଅଧ୍ୟୟନରେ ଏହି ଜିନିଷ ସାମ୍ନାକୁ ଆସିଛି । ତେବେ ଡିହାଇଡ୍ରେସନ୍ ଯୋଗୁଁ ଅନେକ ସମସ୍ୟା ସୃଷ୍ଟି ହେଉଥିବା ଆପଣମାନେ ବି ଅନେକ ମାମଲାରେ ଦେଖିଥିବେ । ଶରୀରରେ କୌଣସି ଇନଫେକ୍ସନ ହେଲେ ଡାକ୍ତରମାନେ ଅଧିକରୁ ଅଧିକ ପାଣି ପିଇବାକୁ କହିଥାନ୍ତି । ତଥାପି ଅନେକ ଲୋକ ଅଛନ୍ତି ଯେଉଁମାନେ ପର୍ଯ୍ୟାପ୍ତ ପରିମାଣର ପାଣି ପିଇବାରେ ଅବହେଳା କରନ୍ତି । ଏହା ଆପଣଙ୍କ ପାଇଁ ଅତ୍ୟନ୍ତ ବିପଜ୍ଜନକ ହୋଇପାରେ ।

ଅକାଳ ମୃତ୍ୟୁ ହେବାର ଆଶଙ୍କା :-
ଆମେରିକାର ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ହେଲ୍ଥର ରିପୋର୍ଟ ଅନୁଯାୟୀ, ମଧ୍ୟମ ବୟସର ଲୋକ ଯେଉଁମାନଙ୍କର ରକ୍ତରେ ସେରମ୍ ସୋଡିୟମ୍ ଅଧିକ ଥାଏ, ସେମାନଙ୍କୁ ଗୁରୁତର ରୋଗ ହେବାର ଆଶଙ୍କା ଥାଏ । କେବଳ ଏତିକି ନୁହେଁ, ସେମାନଙ୍କ ମଧ୍ୟରେ ମୃତ୍ୟୁ ହାର ମଧ୍ୟ ଅଧିକ ହୋଇଥାଏ । ସେରମ୍ ସୋଡିୟମ୍ ସ୍ତର ବୃଦ୍ଧି ହେବାର ସବୁଠାରୁ ସାଧାରଣ କାରଣ ହେଉଛି କମ୍ ପାଣି ପିଇବା । ଅଧ୍ୟୟନରେ ଏହା ମଧ୍ୟ ପ୍ରକାଶ ପାଇଛି ଯେ, ଯେଉଁମାନଙ୍କର ସୋଡିୟମ୍ ସ୍ତର ଅଧିକ ଥିଲା ଓ ସେମାନଙ୍କର ସେଲୁଲାର୍ ବୟସ ମଧ୍ୟ ଅଧିକ ଥିଲା, କିନ୍ତୁ ବାର୍ଦ୍ଧକ୍ୟର ଲକ୍ଷଣ ମଧ୍ୟ ଶୀଘ୍ର ଆସିଥିଲା । ଏଥିରୁ ଅକାଳ ମୃତ୍ୟୁର ଲକ୍ଷଣ ଦେଖିବାକୁ ମିଳିଥିଲା ।

ମସ୍ତିଷ୍କ କାର୍ଯ୍ୟରେ ଫରକ୍ ପଡ଼ିଥାଏ :-
ଏହା ସହ ଜଣାପଡିଲା କି, ଦୀର୍ଘାୟୁ ଏବଂ ସୁସ୍ଥ ଜୀବନ ପାଇଁ ଶାରୀରିକ କାର୍ଯ୍ୟକଳାପ, ଉପଯୁକ୍ତ ପୁଷ୍ଟିକର ଖାଦ୍ୟ ଏବଂ ହାଇଡ୍ରେସନ୍ ଗୁରୁତ୍ୱପୂର୍ଣ୍ଣ । ଜଳ ବ୍ୟତୀତ ଅନ୍ୟ କେତେକ କାରଣ ମଧ୍ୟ ହାଇ ସୋଡିୟମ୍ ସ୍ତର ପଛରେ ଦାୟୀ ହୋଇପାରେ । ଆପଣଙ୍କ ଶାରୀରିକ ସ୍ୱାସ୍ଥ୍ୟ ଏବଂ ସୌନ୍ଦର୍ଯ୍ୟ ବ୍ୟତୀତ ଉତ୍ତମ ମାନସିକ ସ୍ୱାସ୍ଥ୍ୟ ପାଇଁ ଜଳ ମଧ୍ୟ ଗୁରୁତ୍ୱପୂର୍ଣ୍ଣ । ଅନେକ ଅଧ୍ୟୟନରେ ଏହା ପ୍ରକାଶ ପାଇଛି ଯେ, ଡିହାଇଡ୍ରେସନ୍ ମସ୍ତିଷ୍କ କାର୍ଯ୍ୟରେ ଏକ ପରିବର୍ତ୍ତନ ଆଣେ ।

ଶୋଷ ଲାଗିବା ପୂର୍ବରୁ ପାଣି ପିଅନ୍ତୁ:-
ଗୋଟିଏ ଦିନରେ କେତେ ପାଣି ପିଇବା ଉପରେ ଭିନ୍ନ ଭିନ୍ନ ମତ ହୋଇପାରେ । ସାଧାରଣତଃ ଦିନକୁ ୨.୫ ରୁ ୩ ଗ୍ଲାସ୍ (୮ ରୁ ୧୧ ଗ୍ଲାସ୍) ପାଣି ପିଇବାକୁ ପରାମର୍ଶ ଦିଆଯାଇଛି । ଏହା ବ୍ୟତୀତ ଜୁସ୍ କିମ୍ବା କିଛି ସୁସ୍ଥ ପାନୀୟ ଆପଣଙ୍କ ହାଇଡ୍ରେସନର ଉତ୍ସ ହୋଇପାରେ କିନ୍ତୁ ଏହାକୁ ପାଣିରେ ବଦଳାନ୍ତୁ ନାହିଁ । ମନେରଖନ୍ତୁ ଯେ ଯେତେବେଳେ ଆମେ ଶୋଷିଲାବେଳେ ପାଣି ପିଇଥାଉ, କୋଷଗୁଡ଼ିକ ସଙ୍କୁଚିତ ହୋଇଯାଏ । ସେଥିପାଇଁ ଶୋଷ ଲାଗିବା ପୂର୍ବରୁ ସର୍ବଦା ପାଣି ପିଅନ୍ତୁ ।

Get real time updates directly on you device, subscribe now.