fbpx
BSKY
BJD MC SKY
BJD YOUTH SKY

ସେକ୍ସ ରାକେଟରେ ସାମିଲ ଥିଲେ ବଲିଉଡ ସୁନ୍ଦରୀ: ପର୍ଦ୍ଦାଫାଶ ପରେ ଅଭିନେତ୍ରୀ ଗିରଫ

ମୁମ୍ବାଇ: ହିନ୍ଦୀ ସିନେ ଜଗତରେ ବର୍ତ୍ତମାନ କଳଙ୍କର ଗାର ଟାଣି ହୋଇଯାଇଛି । ଫିଲ୍ମ ଇଣ୍ଡଷ୍ଟ୍ରୀରେ ଚାଲିଛି ସେକ୍ସ ରାକେଟ । କିନ୍ତୁ ଏହି ସେକ୍ସ ସ୍କାଣ୍ଡଲର ପର୍ଦ୍ଦାଫାଶ ହେବା ମାମଲାରେ ଗିରଫ ହୋଇଛନ୍ତି ବଲିଉଡର ଜଣେ ସୁନ୍ଦରୀ ନାୟିକା । ମୁମ୍ବାଇ କ୍ରାଇମବ୍ରାଞ୍ଚର ୟୁନିଟ ୧୧ ଏହି ହିରୋଇନଙ୍କୁ ଗିରଫ କରି ମାମଲାର ତଦନ୍ତ କାର୍ଯ୍ୟ ଆଗକୁ ବଢାଇଛି । ବଲିଉଡରେ ସେକ୍ସ ରାକେଟକୁ ନେଇ ବର୍ତ୍ତମାନ ଏକ ବଡ ଚର୍ଚ୍ଚା ଆରମ୍ଭ ହୋଇଛି ।

Aarti Mittal, Casting Director–Actress, Arrested for Allegedly Running a Sex  Racket; Mumbai Police Rescues Two Models | 🎥 LatestLY

ସୂଚନା ଅନୁସାରେ, ଟିମ୍ ଗୋରଗାଓଁରୁ ଦୁଇ ଜଣ ମଡେଲଙ୍କୁ ଉଦ୍ଧାର କରି ରିହାବ ସେଣ୍ଟର ପଠାଇଛି କ୍ରାଇମବ୍ରାଞ୍ଚ । ତେବେ ସେମାନଙ୍କ ବୟାନ ସାରା ବଲିଉଡ ଜଗତକୁ ଏକ ଝଟକା ଦେଇଛି । ମାୟାନଗରୀରେ ଏହି ବେଶ୍ୟାବୃତ୍ତି ମାମଲାରେ ଛନ୍ଦି ହୋଇ ଯାଇଛନ୍ତି ହିନ୍ଦୀ ସିନେମା ଜଗତର କାଷ୍ଟିଙ୍ଗ ଡାଇରେକ୍ଟର ତଥା ଅଭିନେତ୍ରୀ ଆରତୀ ମିତ୍ତଲ । ଉଭୟଙ୍କୁ ଆରତୀ ୧୫ ହଜାର ଟଙ୍କା ଲେଖାଏଁ ଦେଇ ପ୍ରତିଶ୍ରୁତି ମଧ୍ୟ ଦେଇଥିବା କହିଛନ୍ତି ଦୁଇ ଯୁବତୀ । କିନ୍ତୁ ପୋଲିସର ଜାଲରେ ଫସି ଯାଇଛନ୍ତି ସମସ୍ତେ । ସେକ୍ସ ରାକେଟ ଚାଲିଥିବା ହୋଟେଲ ନକଲି ଗ୍ରାହକ ଭାବରେ ଏଣ୍ଟ୍ରି କରିଥିଲା ପୋଲିସ । ମାମଲାର ପର୍ଦ୍ଦାଫାଶ ହେବାରୁ କାଷ୍ଟିଙ୍ଗ ଡାଇରେକ୍ଟର ତଥା ଅଭିନେତ୍ରୀ ଆରତୀ ମିତ୍ତଲଙ୍କୁ ଗିରଫ କରାଯାଇଛି । ଏ ନେଇ ପୋଲିସ ଇନ୍ସପେକ୍ଟର ମନୋଜ ସୁତାର ଏ ନେଇ ସୂଚନା ଦେଇଛନ୍ତି ।

ସୂଚନା ପାଇବା ପରେ ମାଷ୍ଟର ପ୍ଲାନ ଖଞ୍ଜିଥିଲା ମୁମ୍ବାଇ ପୋଲିସ ଏବଂ କ୍ରାଇମବ୍ରାଞ୍ଚ । କିଛି ଅଧିକାରୀଙ୍କୁ ନକଲି ଗ୍ରାହକ ଭାବେ ପଠା ଯାଇଥିଲା । ଆରତୀଙ୍କ ସହ କଥା ହୋଇ ୨ ଜଣ ଯୁବତୀଙ୍କ ପାଇଁ କହିଥିଲେ, ଯେଉଁଥିପାଇଁ ୬୦ ହଜାର ଟଙ୍କା ଡିମାଣ୍ଡ କରିଥିଲେ ସୁନ୍ଦରୀ ଆରତୀ । ତେବେ ମଡେଲଙ୍କୁ ଟଙ୍କା ଦେବା ବେଳେ ଆରତୀଙ୍କୁ ଗିରଫ କରିଛି ପୋଲିସ । କାଷ୍ଟିଙ୍ଗ ଡାଇରେକ୍ଟର ସହିତ ଅଭିନେତ୍ରୀ ଭାବରେ ପରିଚିତ ଆରତୀ ମିତ୍ତଲ । ତେବେପୋଲିସ ବର୍ତ୍ତମାନ ମାମଲାର ଯାଞ୍ଚ ଚଳାଇଛି ।

Get real time updates directly on you device, subscribe now.