fbpx

ନିଖୋଜ ନୁହେଁ ବଡ଼ ସଜବାଜ! ପୁଣି BJPକୁ ଫେରିବେ ମୁକୁଲ, ଆସିଲା ବଡ଼ ଖବର

ନୂଆଦିଲ୍ଲୀ: ନିର୍ବାଚନ ସମୟ ଆସିଲେ ରାଜନେତାଙ୍କର ଦଳ ବଦଳ ପ୍ରକ୍ରିୟା ଏକ ସାଧାରଣ କଥା । ତେବେ ସାରା ଦେଶରେ ଏବେ ନିର୍ବାଚନୀ ଋତୁ ଚାଲିଥିବା ବେଳେ ନିଜ ନିଜର ଫାଇଦାକୁ ଦୃଷ୍ଟିରେ ରଖି ନେତାମାନେ ଅନ୍ୟ ଦଳକୁ ଲମ୍ଫ ପ୍ରଦାନ କରୁଛନ୍ତି । ତେବେ ଏହା ମଧ୍ୟରେ ପଶ୍ଚିମବଙ୍ଗରୁ ଏକ ନୂଆ ଖବର ଆସିଛି । ତୃଣମୂଳ କଂଗ୍ରେସ (ଟିଏମସି)ର ପ୍ରତିଷ୍ଠାତା ସଦସ୍ୟ ତଥା ବରିଷ୍ଠ ନେତା ମୁକୁଲ ରାୟ ଖୁବଶୀଘ୍ର ଦଳ ଛାଡ଼ୁଥିବା ନେଇ ଚର୍ଚ୍ଚା ହେଉଛି ।

ସୂଚନା ଅନୁଯାୟୀ, ଗତକାଲି ରାତିରୁ ମୁକୁଲଙ୍କ ନିଖୋଜ ନେଇ ଚର୍ଚ୍ଚା ହେଉଥିଲା । ବିଳମ୍ବିତ ରାତି ପର୍ଯ୍ୟନ୍ତ ତାଙ୍କର ଖୋଜ ଖବର ମିଳୁନଥିବା ନେଇ ତାଙ୍କ ପୁଅ ଶୁଭ୍ରାଂଶୁ କହିଥିଲେ । ତେବେ ଏହା ମଧ୍ୟରେ ମୁକୁଲଙ୍କର ସନ୍ଧାନ ମିଳିଛି । ସେ ବିଜେପିରେ ପୁଣି ଥରେ ସାମିଲ ହେବା ନେଇ ଆଲୋଚନା ହେଉଛି । ସେ ନିଖୋଜ ହେବାର କିଛି ଘଣ୍ଟା ପରେ ଦିଲ୍ଲୀରେ ତାଙ୍କୁ ଦେଖିବାକୁ ମିଳିଥିଲା । ଗତ ୨୦୨୧ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପରେ ସେ ଟିଏମସିକୁ ଫେରିଥିଲେ ।

ତେବେ ଭାଜପାର ରାଷ୍ଟ୍ରୀୟ ମହାସଚିବ ତଥା ପୂର୍ବତନ ସାଂସଦ ଅନୁପମ ହଜାର ନିଜର ସୋସିଆଲ ମିଡ଼ିଆରେ ‘କମିଂ ବ୍ୟାକ’ ଲେଖିଥିବାରୁ ମୁକୁଲ ଗେରୁଆ ଦଳକୁ ଫେରିବା ନେଇ ଅନୁମାନ କରାଯାଉଛି । ଅନ୍ୟପକ୍ଷରେ ମୁକୁଲଙ୍କ ପୁତ୍ର ଶୁଭ୍ରାଂଶୁ କହିଛନ୍ତି, ତାଙ୍କ ପିତାଙ୍କ ସହିତ ଡାର୍ଟି ପଲିଟିକ୍ସ କରଯାଉଛି । ତାଙ୍କ ପିତା ୭୦ ବର୍ଷ ବୟସରେ ପାଦ ଦେଇଥିବା ବେଳେ ସେ ଡିମେନ୍ସିଆ, ପାକିଂନସନ ପରି କିଛି ବିମାରୀ ସହ ଜଡ଼ିତ ରହିଛନ୍ତି । ତେବେ ମୁକୁଲଙ୍କ ବିଷୟରେ କୌଣସି ମନ୍ତବ୍ୟ ଦେବାକୁ ଟିଏମସି ପକ୍ଷରୁ ଅଗ୍ରାହ୍ୟ କରାଯାଇଛି । ଗତ ୨୦୧୭ରେ ମୁକୁଲ ଭାଜପାରେ ସାମିଲ ହେବା ପରେ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ପଦ ପାଇଥିଲେ । ପରେ ୨୦୨୧ରେ ସେ ଓ ତାଙ୍କ ପୁତ୍ର ଟିଏମସିରେ ଯୋଗ ଦେଇଥିଲେ ।

Get real time updates directly on you device, subscribe now.