fbpx

ଅତିକଙ୍କ ପତ୍ନୀ ପରବୀନଙ୍କ ସନ୍ଧାନ ମିଳିଲା! ପୋଲିସକୁ ମିଳିଲା ବଡ଼ ସୁରାକ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ମାଫିଆ ଡନ୍ ଅତିକ ଅହମଦ ଓ ତାଙ୍କ ଭାଇ ଅଶରଫ ଅହମଦଙ୍କୁ କିଛି ଦୁର୍ବୃତ୍ତ ଗତ ୧୫ ତାରିଖ ଦିନ ଗୁଳିକରି ହତ୍ୟା କରିଥିଲେ । ପ୍ରୟାଗରାଜର ମେଡିକାଲ ବାହାରେ ଅତିକ ଓ ଅଶରଫଙ୍କ ଉପରକୁ ସାମ୍ବାଦିକ ବେଶରେ ଆସିଥିବା କିଛି ଯୁବକ ଗୁଳିମାଡ଼ କରିଥିଲେ । ଘଟଣାସ୍ଥଳରେ ଦୁଇଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଏହି ଘଟଣାକୁ ନେଇ ସାରା ଦେଶରେ ଏବେ ବି ଚର୍ଚ୍ଚା ଜାରି ରହିଛି ।

ତେବେ ଏହା ମଧ୍ୟରେ ଅତିକଙ୍କ ପତ୍ନୀ ଶାଇସ୍ତା ପରବୀନଙ୍କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି । ଶାଇସ୍ତାଙ୍କ ସନ୍ଧାନ ନେଇ ପୋଲିସ ତଲାସୀ ଅଭିଯାନ ଚଳାଇଥିବା ବେଳେ ତାଙ୍କ ନାମରେ ୫୦ ହଜାର ଟଙ୍କାର ପୁରସ୍କାର ଘୋଷଣା କରାଯାଇଛି । ତେବେ ଶାଇସ୍ତା ଏକ ଗାଁରେ ଲୁଚିଥିବା ନେଇ ପୋଲିସକୁ ଏକ ବଡ଼ ସୁରାକ ମିଳିଛି । ଏହି ଖବର ମିଳିବା ପରେ ପୋଲିସ ବର୍ଡରର କିଛି ସ୍ଥାନରେ ରେଡ୍ ମାରିଛି । ଏଥିସହିତ କିଛି ଲୋକଙ୍କୁ ମଧ୍ୟ ପଚରାଉଚରା କରିଛି । ଶାଇସ୍ତା ପ୍ରୟାଗରାଜ-କୌଶାମ୍ବି ସୀମାରେ ଏକ ଗାଁରେ ଲୁଚିଥିବା କୁହାଯାଉଛି । ଶାଇସ୍ତା ନିଜର ସ୍ଥାନ ପରିବର୍ତ୍ତନ କରି ଲଗାତର ପୋଲିସକୁ ଚକମା ଦେଇ ଚାଲିଛନ୍ତି । ତେବେ ଅତିକଙ୍କ ଭାଇ ଅଶରଫଙ୍କ ଶ୍ୱଶୁର ଘର ଗାଁରେ ଶାଇସ୍ତା ଲୁଚିଥିବା କୁହାଯାଉଛି ।

ତେବେ ଗ୍ୟାଙ୍ଗଷ୍ଟରରୁ ରାଜନେତା ପାଲଟିଥିବା ଅତିକ ଓ ତାଙ୍କ ଭାଇ ଅଶରଫଙ୍କ ହତ୍ୟା ପରେ ସେମାନଙ୍କ ସୁରକ୍ଷାରେ ନିୟୋଜିତ ଥିବା ୧୭ ଜଣ ପୋଲିସଙ୍କୁ କାର୍ଯ୍ୟରୁ ସସପେଣ୍ଡ କରାଯାଇଥିଲା । ଏହା ମଧ୍ୟରେ ଏହି ମାମଲାରେ ୟୁପି ସରକାର ଏକ ୩ ଜଣିଆ ନ୍ୟାୟିକ କମିଶନ ଗଠନ କରିଛନ୍ତି । ଆସନ୍ତା ୨ ମାସ ମଧ୍ୟରେ ଏହି କମିଶନ ରାଜ୍ୟ ସରକାରଙ୍କୁ ରିପୋର୍ଟ ଦେବ । ଅବସରପ୍ରାପ୍ତ ହାଇକୋର୍ଟ ଜଜ ଅରବିନ୍ଦ କୁମାର ତ୍ରିପାଠୀ, ଅବସରପ୍ରାପ୍ତ ବିଚାରପତି ବ୍ରିଜେଶ କୁମାର ସୋନି ଓ ପୂର୍ବତନ ପୋଲିସ ଡିଜି ସୁବେଶ କୁମାର ସିଂହ ଏହି ଆୟୋଗରେ ସଦସ୍ୟ ରହିଛନ୍ତି ।

Get real time updates directly on you device, subscribe now.