fbpx
BSKY
BJD MC SKY
BJD YOUTH SKY

ହେବ କି ପ୍ରଳୟ! ପୃଥିବୀ ପାଇଁ କାଲିର ସୁର୍ଯ୍ୟୋଦୟ ଆଣିବ ମହାବିପଦ: ଖସୁଛି ସାଟେଲାଇଟ

ନୂଆଦିଲ୍ଲୀ: ଆସନ୍ତାକାଲି ଅର୍ଥାତ୍ ଏପ୍ରିଲ ୧୯ ତାରିଖ ସକାଳର ସୁର୍ଯ୍ୟୋଦୟ ହୋଇପାରେ ପୃଥିବୀର ଶେଷ ସୂର୍ଯ୍ୟୋଦୟ । ସୂର୍ଯ୍ୟ କିରଣ ସହିତ ପୃଥିବୀକୁ ଆସିପାରେ ଏକ ମହାପ୍ରଳୟ । ଯାହାକୁ ନେଇ ବର୍ତ୍ତମାନ ସଭିଙ୍କ ମନରେ ଏକ କୋକୁଆ ଭୟ ଦେଖିବାକୁ ମିଳିଛି । ଅନ୍ତରୀକ୍ଷରୁ ଏକ ବିଶାଳ ଆକୃତିର କିଛି ଜିନିଷ ପୃଥିବୀ ଆଡକୁ ମାଡି ଆସୁଥିବା ଜଣାପଡିବା ପରେ ଭୟ ଆହୁରି ବଢି ଯାଇଛି । ତେବେ ଏହା ଯଦି ପୃଥିବୀକୁ ମାଡ ହେବ, ତେବେ ପରିସ୍ଥିତି କ’ଣ ହେବ? ଏହାର ପରିଣାମ ଲୋକଙ୍କୁ ଆହୁରି ଅସ୍ତବ୍ୟସ୍ତ କରୁଛି ।

NASA Dead Satellite

ସୂଚନା ଅନୁସାରେ, ଆସନ୍ତାକାଲି ସକାଳ ୭ଟା ସମୟରେ ଅନ୍ତରୀକ୍ଷରୁ ରେସି ସ୍ପେସକ୍ରାଫ୍ଟ ନାମକ ଏକ ବେକାର ସାଟେଲାଇଟ ଖସିବାକୁ ଯାଉଛି । ୨୧ ବର୍ଷ ତଳେ ୨୦୦୨ ଫେବୃଆରୀରେ ନାସା ଲଞ୍ଚ କରିଥିବା ଏହି ସଟେଲାଇଟ ପୁଣିଥରେ ପୃଥିବୀ ଆଡକୁ ଦ୍ରୁତ ଗତିରେ ମାଡି ଆସୁଛି । ତେବେ ଭୟାନକ ଘଟଣା ହେଉଛି ଏହାର ପଡିବାର ସମୟ ଏବଂ ଗତିପଥକୁ ଗଣନା କରିବାରେ ଫେଲ ମାରିଛନ୍ତି ବୈଜ୍ଞାନିକ । କିନ୍ତୁ ସକାଳ ୭ଟାର ୧୬ ଘଣ୍ଟା ପୂର୍ବରୁ କିମ୍ବା ୧୬ ଘଣ୍ଟା ପରେ ଏହା ପୃଥିବୀ ସହ ଧକ୍କା ହୋଇପାରେ । ତେବେ ଏହାପରେ ପ୍ରଶ୍ନ ରହିଲା ଏହି ସାଟେଲାଇଟ କେଉଁଠି ଖସିବ? ଯଦି ଏହି ବିଶାଳ ସାଟେଲାଇଟ ସମୁଦ୍ରରେ ପଡେ, ତେବେ ବିପଦର କୌଣସି ସମ୍ଭାବନା ନାହିଁ । କିନ୍ତୁ ଏହା ଯଦି କୌଣସି ଆବାସିକ ଅଞ୍ଚଳରେ ଖସିବ, ତେବେ ଏକ ମହାପ୍ରଳୟ ବା ମହାବିପଦର କାରଣ ହୋଇପାରେ ବୋଲି ଆଶଙ୍କା କରାଯାଉଛି । କାରଣ ଏହାର ଓଜନ ହେଉଛି ୨୭୩ କିଲୋଗ୍ରାମ ।

NASA Dead Satellite

ତେବେ ଏହାକୁ ନେଇ ବୈଜ୍ଞାନିକମାନେ ଆଶ୍ୱସ୍ତିଭରା ତଥ୍ୟ ଦେଇଛନ୍ତି । ସେମାନେ ଅନୁଧ୍ୟାନ କରି କହିଛନ୍ତି ଯେ, ଏହି ସାଟେଲାଇଟର ଅଧିକତମ ଅଂଶ ବାୟୁମଣ୍ଡଳ ଦେଇ ଆସିବା ବାଟରେ ଜଳି ଜଳି ନଷ୍ଟ ହୋଇଯିବ । ପୃଥିବୀକୁ ଆସିବା ପୂର୍ବରୁ ଏହା ନିଜର ଶକ୍ତି ହରାଇଥିବ ବୋଲି କୁହାଯାଇଛି । ତେବେ ନାସା ଅନୁମାନ କରିଛି ଯେ, ଏହି ସାଟେଲାଇଟର କିଛି ଅଂଶ ବୟୁମଣ୍ଡଳରୁ ଖସି ପୃଥିବୀରେ ପଡିବେ ନିଶ୍ଚୟ । କିନ୍ତୁ କ୍ଷତର ପରିମାଣ ୨୪୬୭ରୁ ୧ ହୋଇପାରେ ବୋଲି ଆଶଙ୍କା କରୁଛି ନାସା ।

Get real time updates directly on you device, subscribe now.