fbpx

କ୍ଷମା ମାଗିଲେ ଅଭିନେତ୍ରୀ ଏଲିନା ସାମନ୍ତରାୟ

ଭୁବନେଶ୍ୱର,୧୬ ।୧୨(ଓଡିଶା ଭାସ୍କର): ହୀରାକୁଦ ନିଷିଦ୍ଧାଞ୍ଚଳରେ ୩ ଅଭିନେତ୍ରୀଙ୍କ ଭିଡିଓ ଭାଇରାଲ ଘଟଣା ଏବେ ତେଜିବାରେ ଲାଗିଛି । ଫଳରେ କ୍ଷମା ମାଗିଛନ୍ତି ଅଭିନେତ୍ରୀ ଏଲିନା ସାମନ୍ତରାୟ । ସେ କହିଛନ୍ତି ଯେ, ମୁଁ ଫଟୋ ଉଠାଇନାହିଁ କିମ୍ବା ଭିଡିଓ କରିନାହିଁ । କିଏ ଭିଡିଓ ଉଠାଇଲା ଓ ପୋଷ୍ଟ କଳା ମୁଁ ଜାଣିନାହିଁ । ମୋର ଅଧିକ ସଚେତନ ହେବା ଦରକାର ଥିଲା ।’ ଏହା ସହ ସେହି ସ୍ଥାନକୁ ସିକ୍ୟୁରିଟିଙ୍କ ଅନୁମତି ନେଇ ଯାଇଥିଲି ବୋଲି ଏଲିନା କହିଛନ୍ତି ।

ତେବେ ସମ୍ବଲପୁର ହୀରାକୁଦ ଡ୍ୟାମ୍ ନିଷିଦ୍ଧାଞ୍ଚଳର ଭିଡିଓ କରି ସୋସିଆଲ ମିଡିଆରେ ଭାଇରାଲ କରିଥିବା ୩ ଅଭିନେତ୍ରୀଙ୍କ ନାମରେ ଅଭିଯୋଗ ହୋଇଛି । ଏନେଇ ଘଟଣାର ତଦନ୍ତ ପାଇଁ ଏସଡିପିସଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଏସପି । ସନ୍ଧ୍ୟା ୫ଟା ସୁଦ୍ଧା ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଥିବା ଜଣାପଡିଛି । କିଛି ଦିନ ପୂର୍ବେ ସୁଟ୍‌ ହୋଇଥିବା ଏହି ଭିଡିଓରେ ଅଭିନେତ୍ରୀ ପ୍ରକୃତି ମିଶ୍ର, ଏଲିନା ସାମନ୍ତରାୟ,ଲୋଭିନା ନାୟକଙ୍କ ସମେତ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ଝିଅ ଦିପାଲି ଦାସଙ୍କୁ ଦେଖିବାକୁ ମିଳିଛି। ନିଷିଦ୍ଧାଞ୍ଚଳରେ କେତୋଟି କାର୍‌ ମଧ୍ୟ ଛିଡ଼ା ହୋଇଥିବା ଭାଇରାଲ ଭିଡିଓରେ ଦେଖାଯାଉଛି । ତେବେ କାହା ଅନୁମତିରେ ସେମାନେ ସେଠାକୁ ଗଲେ ଓ ଫଟୋ ଉଠାଇବାକୁ କିଏ ଅନୁମତି ଦେଲା ତଦନ୍ତ ପରେ ତାହା ସ୍ପଷ୍ଟ ହେବ ବୋଲି ଏସ୍‌ପି କହିଛନ୍ତି । ତଦନ୍ତ ପରେ ପ୍ରକୃତ ସତ୍ୟ ଜଣାପଡିବ ।

Get real time updates directly on you device, subscribe now.