fbpx

(Video) କାରରେ ଯାଉଥିଲେ ଅଭିନେତ୍ରୀ ନିଶା ମହାରଣା: ଘଟିଲା ଭୟଙ୍କର ଦୁର୍ଘଟଣା

AAKASH

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଅଭିନେତ୍ରୀ ନିଶା ମହାରଣାଙ୍କୁ ନେଇ ଆସିଛି ଏକ ବଡ଼ ଖବର । ନିଶାଙ୍କର କାର ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡ଼ିଛି । ନିଶାଙ୍କ ସହିତ କାରରେ ୫ ଜଣ ପୁରୁଷ ବନ୍ଧୁ ରହିଥିଲେ । ନିଶା ଚିଲିକା ବୁଲିବାକୁ ଯାଇଥିବା ସମୟରେ ଫେରିବା ବେଳେ ଏହି ଅଘଟଣ ଘଟିଥିଲା । ଚିଲିକା ବୁଲି ସାରିବା ପରେ ନିକଟରେ ଥିବା ଏକ ଜଙ୍ଗଲକୁ ୫ ଜଣ ବନ୍ଧୁଙ୍କୁ ନେଇ ନିଶା ଯାଇଥିଲେ ।

ସୂଚନା ମୁତାବକ, ବିଳମ୍ବିତ ରାତିରେ ଫେରୁଥିବା ସମୟରେ ବ୍ରହ୍ମଗିରି ନିକଟରେ ନିଶାଙ୍କର କାର ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ପୁରୀ-ସାତପଡ଼ା ଅଭିମୁଖେ ଯାଉଥିବା ସମୟରେ ସହଯୋଗ ଗାଁ ନିକଟରେ ନିଶାଙ୍କ କାର ଦୁର୍ଘଟଣାଗ୍ରସ୍ତ ହୋଇଥିଲା । କାରଟି ଏକ ଇଲେକ୍ଟ୍ରି ଖୁଣ୍ଟରେ ପିଟି ହୋଇଯାଇଥିଲା । ଏହି ଦୁର୍ଘଟଣା ପରେ ଦୁର୍ଘଟଣାଗ୍ରସ୍ତ କାର ନିକଟରେ ଲୋକମାନେ ରୁଣ୍ଡ ହୋଇଯାଇଥିଲେ । ଏହାପରେ ନିଶା ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ଜଣାପଡ଼ିଥିଲା ।

ସୂଚନାଯୋଗ୍ୟ ଯେ, ଗତ ମାର୍ଚ୍ଚ ମାସରେ ହୋଲି ଅବସରରେ ନିଶା କଂଗ୍ରେସ ଭବନରେ ଜଟଣୀ ବିଧାୟକ ସୁର ରାଉତରାୟ ଓ ଅନ୍ୟ କର୍ମକର୍ତ୍ତାଙ୍କ ସହିତ ହୋଲି ମନାଇଥିଲେ । ତେଣୁ ନିଶା କଂଗ୍ରେସରେ ଯୋଗଦେବେ ବୋଲି ଚର୍ଚ୍ଚା ହୋଇଥିଲା । ମାତ୍ର ଏହି ଚର୍ଚ୍ଚାକୁ ନିଶା ଏଡ଼ାଇ ଯାଇଥିଲେ । କଂଗ୍ରେସ ଦଳକୁ ତାଙ୍କର ପରିବାରର ସମସ୍ତେ ଖୁବ୍ ପାଉଥିବା ବେଳେ ସୁର ଭାଇଙ୍କ ପରି ଜଣେ ରାଜନେତାଙ୍କ ସହିତ ହୋଲି ଖେଳି ସେ ବେଶ୍ ଖୁସି ଅନୁଭବ କରୁଥିବା ନିଶା କହିଥିଲେ । ଓଲିଉଡ ଅଭିନେତା ବବି ମିଶ୍ରଙ୍କୁ ନେଇ ନିଶା ନିକଟରେ ନିକଟରେ ମନ୍ତବ୍ୟ ଦେଇଥିଲେ ।

Get real time updates directly on you device, subscribe now.