fbpx

ଅଭିନେତ୍ରୀ ରଶ୍ମିରେଖାଙ୍କ ପୁରୁଷ ବନ୍ଧୁ ସନ୍ତୋଷ ପାତ୍ରଙ୍କ ଆତ୍ମହତ୍ୟା !

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଟେଲି ଅଭିନେତ୍ରୀ ରଶ୍ମିରେଖା ଓଝାଙ୍କ ଆତ୍ମହତ୍ୟା ଘଟଣାକୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ଏହି ମାମଲାରେ ଆସିଛି ଏକ ବଡ଼ ଖବର । ଅଭିନେତ୍ରୀଙ୍କ ପୁରୁଷ ବନ୍ଧୁ ସନ୍ତୋଷ ପାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ରାଉଲକେଲା ବାସନ୍ତୀ କଲୋନୀରୁ ଝୁଲନ୍ତା ମୃତଦେହ ଉଦ୍ଧାର କରିଛି ପୋଲିସ । ମୃତ୍ୟୁର କାରଣ ବର୍ତ୍ତମାନ ସୁଦ୍ଧା ଅସ୍ପଷ୍ଟ ରହିଛି । ଅପମୃତ୍ୟୁ ମାମଲା ରୁଜୁ ସହ ଉଦିତନଗର ଥାନା ପୋଲିସ ତଦନ୍ତ ଆରମ୍ଭ କରିଛି ।

ତେବେ ଜୁନ୍ ୧୯ରେ ରଶ୍ମିରେଖା ନୟାପଲ୍ଲୀ ଘରେ ଆତ୍ମହତ୍ୟା କରିଥିଲେ । ଘଟଣାରେ କମିଶନରେଟ ପୋଲିସ ସନ୍ତୋଷଙ୍କୁ ଜେରା କରିଥିଲା । ସୂଚନା ମୁତାବକ, ରଶ୍ମିରେଖା ଓ ସନ୍ତୋଷ ଭୁବନେଶ୍ୱରର ଏକ ଭଡ଼ାଘରେ ରହୁଥିଲେ । ରଶ୍ମିରେଖାଙ୍କ ଆତ୍ମହତ୍ୟା ମାମଲାରେ ଜେଲ ଯାଇଥିଲେ ସନ୍ତୋଷ । ବେଲ ପାଇ ରାଉରକେଲା ଆସିଥିବା ବେଳେ ସନ୍ତୋଷ ଆତ୍ମହତ୍ୟା କରିଥିବା ଜଣାପଡିଛି ।

Get real time updates directly on you device, subscribe now.