fbpx
BJD SKY
BJD SKY

AAPରେ ଯୋଗଦେଲେ ଅଭିନେତ୍ରୀ ସମ୍ଭାବନା ସେଠ ଓ BJP ନେତ୍ରୀ ଉଷା କାଉଲ

BJD

ନୂଆଦିଲ୍ଲୀ: ଅଭିନେତ୍ରୀ ସମ୍ଭାବନା ସେଠ ଆମ୍ ଆଦମୀ ପାର୍ଟି (ଆପ)ରେ ଯୋଗ ଦେଇଛନ୍ତି । ସମ୍ଭାବନା ହିନ୍ଦି ଓ ଭୋଜପୁରୀ ଫିଲ୍ମର ଜଣେ ଜଣାଶୁଣା ଚେହେରା ଭାବେ ପରିଚିତ । ତେବେ ସମ୍ଭାବନାଙ୍କ ସହିତ ମଧ୍ୟପ୍ରଦେଶ ଭାଜପାର ବରିଷ୍ଠ ନେତ୍ରୀ ଉଷା କୋଲ ମଧ୍ୟ ଆପରେ ସାମିଲ ହୋଇଛନ୍ତି । ଏହି ଅବସରରେ ଆପର ରାଜ୍ୟସଭା ସାଂସଦ ସଞ୍ଜୟ ସିଂହ ଓ ରାଷ୍ଟ୍ରୀୟ ମହାସଚିବ ଡା. ସନ୍ଦୀପ ପାଠକ ଉପସ୍ଥିତ ଥିଲେ ।

ତେବେ ଏହି ଅବସରରେ ସମ୍ଭାବନା ଓ ଉଷାଙ୍କୁ ଆପ୍ ଟୋପି ପିନ୍ଧାଇ ଦଳ ପକ୍ଷରୁ ସ୍ୱାଗତ କରାଯାଇଥିଲା । ଅରବିନ୍ଦ କେଜ୍ରିୱାଲଙ୍କ ନୀତି ଓ ଆଦର୍ଶରେ ପ୍ରଭାବିତ ହୋଇ ଦୁହେଁ ଆପରେ ସାମିଲ ହୋଇଥିବା ସଞ୍ଜୟ କହିଥିଲେ । ସେହିପରି ଆପ୍ ବର୍ତ୍ତମାନ ସାରା ଭାରତବର୍ଷରେ ବିସ୍ତାର ଲାଭ କରୁଛି । ସମ୍ଭାବନା ଓ ଉଷା ଦଳକୁ ଆସିବା ପରେ ଆପର ସଂଗଠନ ସାରା ଦେଶରେ ମଜବୁତ ହୋଇପାରିବ ବୋଲି ସନ୍ଦୀପ କହିଥିଲେ ।

ଏହି ଅବସରରେ ସମ୍ଭାବନା କହିଥିଲେ, ଦିଲ୍ଲୀରେ ଆପ ସରକାର ବହୁତ ଭଲ କାମ କରୁଛି । ମୁଁ ଆପରେ ସାମିଲ ହୋଇ ଲୋକଙ୍କ ପାଇଁ କିଛି ଭଲ କାମ କରିବାକୁ ଚାହୁଁଛି । ସେହିପରି ଉଷା କହିଥିଲେ, ଆମ ଅଞ୍ଚଳର ଜନତା ସ୍ୱାସ୍ଥ୍ୟ-ଶିକ୍ଷାରୁ ବଞ୍ଚିତ ହେଉଛନ୍ତି । ତେଣୁ ମୁଁ ଆପ ସହିତ ମିଶି ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ କାର୍ଯ୍ୟ କରିବାକୁ ଚାହୁଁଛି । ସୂଚନାଯୋଗ୍ୟ ଯେ, ସମ୍ଭାବନା ୪୦୦ରୁ ଅଧିକ ଭୋଜପୁରୀ ଓ ୨୫ରୁ ଅଧିକ ହିନ୍ଦି ଫିଲ୍ମରେ କାର୍ଯ୍ୟ କରିସାରିଛନ୍ତି । ସେହିପରି ଉଷା ୨୦୧୭ରୁ ୨୦୨୨ ପର୍ଯ୍ୟନ୍ତ ମଧ୍ୟପ୍ରଦେଶର ଉମରିୟା ଜିଲ୍ଲାରେ ନଗରପାଳିକା ଅଧ୍ୟକ୍ଷା ରହିଥିଲେ ।

Get real time updates directly on you device, subscribe now.