fbpx

ଉର୍ମିଳା ମାତୋଣ୍ଡକର୍ କରୋନା ପଜିଟିଭ୍

Advertisement

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି । ଦ୍ୱିତୀୟ ଲହର ସଂକ୍ରମଣ ଥମିବା ପରେ ପୁଣିଥରେ ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ତେବେ ଅଭିନେତ୍ରୀ ଉର୍ମିଳା ମାତୋଣ୍ଡକର୍ ଏବେ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏନେଇ ସେ ଟୁଇଟ୍ କରି ସୂଚନା ଦେଇଛନ୍ତି । ଚିହ୍ନଟ ହେବାପରେ ସେ ନିଜକୁ କ୍ୱାରେଣ୍ଟାଇନ୍ ରେ ରଖିଛନ୍ତି । ସେ ଟୁଇଟ୍ କରି ସୂଚନା ଦେଇ କହିଛନ୍ତି ଯେ, ତାଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତଙ୍କୁ କରୋନା ପରୀକ୍ଷା କରିବାକୁ କହିଛନ୍ତି । ଏଥିସହିତ ଦୀପାବଳୀ ଉପଲକ୍ଷେ ଶୁଭେଚ୍ଛା ମଧ୍ୟ ଜଣାଇଛନ୍ତି ।

Get real time updates directly on you device, subscribe now.